Author: Purva Paksha

ପଶ୍ଚିମବଙ୍ଗର ମୁର୍ଶିଦାବାଦ ନୂଆ ଓ୍ଵାକଫ ଆଇନ ବିରୋଧରେ ହେଉଥିବା ହିଂସାତ୍ମକ ପ୍ରଦର୍ଶନର କେନ୍ଦ୍ରବିନ୍ଦୁ ହୋଇଛି। ମୁସଲମାନ ଜନତାଙ୍କ ହିଂସା, ଅଗ୍ନିସଂଯୋଗ ଓ ଲୁଟପାଟ ପରେ କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଯାଏଁ ୩ ଜଣଙ୍କ ମୃତ୍ୟୁ ଖବର ଆସିଛି। ଅନ୍ୟପକ୍ଷରେ, ଏହି ଜିଲ୍ଲାର ବେହରାମପୁର ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦ ଯୁସୁଫ ପଠାନ ଇନଷ୍ଟାଗ୍ରାମରେ ଚା’ ପିଉଥିବା ଫଟୋ ସେୟାର କରିଛନ୍ତି। ସେ ଏହି ଫଟୋଟି ଗତକାଲି ନିଜ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି। କ୍ୟାପସନରେ ଲେଖିଛନ୍ତି- “ଆରାମଦାୟକ ଅପରାହ୍ନ, ଉତ୍ତମ ଚା’ ଓ ଶାନ୍ତ ପରିବେଶ। ଏହି ମୁହୂର୍ତ୍ତକୁ ନିଜେ ଭିତରେ ସମାହିତ କରି ନେଉଛି।” ତାଙ୍କର ଏହି ପୋଷ୍ଟ ଦେଖିବା ପରେ ସାଧାରଣ ଲୋକେ କ୍ଷୁବ୍ଧ ହୋଇଛନ୍ତି। ସେମାନେ କହୁଛନ୍ତି, “ବଙ୍ଗଳା ନିଆଁରେ ଜଳୁଛି ଆଉ ତୁମେ ଚା’ ପିଉଛ!”  ଜଣେ ଇନଷ୍ଟା ୟୁଜର ତାଙ୍କୁ ପଚାରିଛନ୍ତି, “ତୁମ ସଂସଦୀୟ କ୍ଷେତ୍ରରେ କ’ଣ…

Read More