Author: Purva Paksha

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନରୁ ବିଚଳିତ ହୋଇ ପାକିସ୍ତାନ ସିମଲା ଚୁକ୍ତିକୁ ସ୍ଥଗିତ ରଖିଛି। ଏହା ବିଚାର କରାଯାଉଛି ଯେ ଏହି ଚୁକ୍ତିକୁ ସ୍ଥଗିତ କରିବା ପାକିସ୍ତାନ ପାଇଁ ଏକ ଆତ୍ମଘାତୀ ପଦକ୍ଷେପ ହେବ। ପ୍ରକୃତରେ, ୨ ଜୁଲାଇ ୧୯୭୨ରେ ହୋଇଥିବା ସିମଲା ଚୁକ୍ତି ଭାରତ ପାଇଁ ଏକ ବଡ଼ କୂଟନୈତିକ ପରାଜୟ ବୋଲି ବିଚାର କରାଯାଏ। ସେହି ସମୟରେ ଦେଶରେ ଇନ୍ଦିରା ଗାନ୍ଧୀଙ୍କ ସରକାର ଥିଲା, ଯେତେବେଳେ ପାକିସ୍ତାନର ରାଷ୍ଟ୍ରପତି ଜୁଲ୍‍ଫିକର ଅଲୀ ଭୁଟ୍ଟୋ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନିଜର କଥାରେ ଭୁତେଇ ଦେଇଥିଲେ। ସେ ହିମାଚଳର ରାଜଧାନୀ ସିମଲାରେ ସେହି ସବୁ କଥା ଭାରତଠାରୁ ଆଦାୟ କରିବାରେ ସଫଳ ହୋଇଥିଲେ ,ଯାହା ସେ ଚାହୁଁଥିଲେ। ଇନ୍ଦିରା ସେତେବେଳେ  ଚାହିଁଥିଲେ ପାକିସ୍ତାନ ଅଧିକୃତ କାଶ୍ମୀର ଅର୍ଥାତ ପିଓକେକୁ ହାସଲ କରିପାରିଥାନ୍ତେ। ଆଉ ସେତେବେଳେ ଆମେରିକା,ଚୀନକୁ ଭାରତ ଉପରେ କାହିଁକି ଆକ୍ରମଣ କରିବାକୁ ଉସକାଉଥିଲା, ଆସନ୍ତୁ ଜାଣିବା…

Read More