Author: Purva Paksha

ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଭାରତର ନାରୀ ଶକ୍ତିର ପ୍ରତୀକ ମଧ୍ୟ ହୋଇଛି। ସିନ୍ଦୂର ଲିଭାଇଥିଲ,ଅପରେସନ ସିନ୍ଦୂର ଦ୍ୱାରା ପ୍ରତିଶୋଧ ନେଲୁ। ଅପରେସନ ସିନ୍ଦୁରର ନାମକରଣ ପଛରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୂମିକା ରହିଛି। ଆଉ ସାମ୍ବାଦିକ ସମ୍ମିଳନୀରେ ଦୁଇଜଣ ମହିଳା ସେନାଅଧିକାରୀଙ୍କୁ ସାମ୍ନାକୁ ଆଣି ଭାରତ ,ପାକିସ୍ତାନକୁ ଦେଇଥିବା ସନ୍ଦେଶରେ ଅଛି ପ୍ରତୀକବାଦ ଓ ନାରୀ ଶକ୍ତିର ସଂକଳ୍ପ। ଏହି ଅପରେସନ ପହଲଗାମ ଆକ୍ରମଣରେ ସ୍ଵାମୀଙ୍କୁ ହରାଇଥିବା ମହିଳାମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ ହୋଇଥିବା ବେଳେ, ଭାରତ ସରକାର ଏକ ପ୍ରେସ ବ୍ରିଫିଂରେ ଦୁଇ ଜଣ ମହିଳା ସେନା ଅଧିକାରୀଙ୍କୁ ସାମ୍ନାକୁ ଆଣି ପାକିସ୍ତାନକୁ ଏକ ଅଭୂତପୂର୍ବ ସନ୍ଦେଶ ଦେଇଛି। ଜଣେ ହିନ୍ଦୁ ଓ ଜଣେ ମୁସଲିମ ମହିଳା ଅଧିକାରୀଙ୍କୁ ଏକାଠି ଉପସ୍ଥାପନ କରି ଭାରତ କେବଳ ତାର ସାମରିକ ଶକ୍ତି ନୁହେଁ, ବରଂ ଏକତା ଓ ବିବିଧତାର ଶକ୍ତିକୁ ମଧ୍ୟ ପ୍ରଦର୍ଶନ କରିଛି। ଏହା ପାକିସ୍ତାନକୁ…

Read More