Author: Purva Paksha

ଭାରତୀୟ ସେନା ଗତକାଲି ରାତିରେ ପାକିସ୍ତାନ ଏବଂ ପିଓକେ (PoK) ଅଞ୍ଚଳରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ ମିସାଇଲ ବର୍ଷା କରି ସେଗୁଡ଼ିକୁ ଧୂଳିସାତ କରି ଦେଇଛି। ଯେଉଁଥିରେ ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଛନ୍ତି। ପାକିସ୍ତାନଦ୍ଵାରା ସ୍ଥାପିତ ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ଵଂସ କରାଯିବା ସହିତ ପାକିସ୍ତାନର ସେୟାର ବଜାର ମଧ୍ୟ ଭୂଶୁଡ଼ି ପଡ଼ିଛି। ଅପରେସନ ସିନ୍ଦୂର ପରେ ସେୟାର ବଜାର ସକାଳେ ୬ ପ୍ରତିଶତ ହ୍ରାସ ପାଇ ଖୋଲିଥିଲା। ଯଦିଓ ପରେ କିଛି ରିକଭରି ଦେଖାଦେଇଥିଲା। ମଙ୍ଗଳବାର ପାକିସ୍ତାନର କରାଚି ଷ୍ଟକ୍‍ ଏକ୍ସଚେଞ୍ଜ ଇଣ୍ଡେକ୍ସ ୧୧୩,୫୬୮.୫୧ ପଏଣ୍ଟରେ ବନ୍ଦ ହୋଇଥିଲା। କିନ୍ତୁ ମଙ୍ଗଳବାର ମଧ୍ୟରାତ୍ରିରେ ଭାରତୀୟ ସେନା ପରାକ୍ରମ ଦେଖାଇଥିଲା ଏବଂ ସକାଳେ ସେୟାର ବଜାର ଖୋଲିବା ପୂର୍ବରୁ ସାରାବିଶ୍ଵ ଏହି ଖବର ଜାଣିସାରିଥିଲା। KSE 100 ସକାଳେ ୫.୮୩ ପ୍ରତିଶତ ହ୍ରାସ ପାଇ ୧୦୭,୦୦୭.୬୮ ପଏଣ୍ଟରେ ଖୋଲିଥିଲା। ଯଦିଓ ଖବର ଲେଖାଯିବା ସମୟ ସୁଦ୍ଧା (ସକାଳ ୧୦:୨୯…

Read More