Author: Purva Paksha
ଗତ ମଧ୍ୟରାତ୍ରୀରେ ଭାରତର ‘ଅପରେସନ ସିନ୍ଦୂର’ ପାକିସ୍ତାନୀଙ୍କ ନିଦ ହଜାଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ମାଟିରୁ ନିକ୍ଷେପ କରାଯାଇଥିବା ମିଶାଇଲଦ୍ୱାରା ପାକିସ୍ତାନର ୪ ମସ୍ଜିଦ ଧ୍ୱସ୍ତ ହୋଇଛି। ପାକିସ୍ତାନୀ ହିସାବ ଅନୁସାରେ ୧୫ଜଣଙ୍କ ଜୀବନ ଯାଇଛି ଏବଂ ୩୫ରୁ ଅଧିକ ଆହତ ହୋଇଛନ୍ତି। ଭାରତ ପକ୍ଷରୁ ମୃତାହତଙ୍କ ସଂଖ୍ୟା ଦିଆଯାଇନି। ଭାରତ ବିପକ୍ଷରେ ଷଡ଼ଯନ୍ତ୍ର କରୁଥିବା ଆଡ୍ଡାସ୍ଥଳଗୁଡ଼ିକୁ ବାଛି ବାଛି ଧ୍ୱଂସ କରାଯାଇଛି ବୋଲି କୁହାଯାଇଛି। ଏହିକ୍ରମରେ ୯ଟି ସ୍ଥାନରେ ଆକ୍ରମଣ ହୋଇଛି। ଆଉ ଏହା ହୋଇଛି ପହଲଗାମରେ ପରିବାର ସାମ୍ନାରେ ସିନ୍ଦୂର ଉଜାଡ଼ିଥିବା ପାକିସ୍ତାନୀ ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଉପରେ ଉଚିତ ଜବାବ। ହେଲେ ଓଡ଼ିଶା ରାଜନୀତିରେ ଏ ନେଇ ଆଉ ଏକ ସମୀକରଣ ସୃଷ୍ଟି କରାଯାଉଛି। କୁହାଯାଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଏଭଳି ଏକ ମିଶନ ସୋମବାରଦିନ ରଚିଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ‘ସୁଜାତା ପାଣ୍ଡିଆନ୍’ଙ୍କ ସିନ୍ଦୁରକୁ ସୁରକ୍ଷିତ କରିବା।…
