Author: Purva Paksha

ଗୁରୁବାର, ମେ ୮, ୨୦୨୫ରେ ପାକିସ୍ତାନର ଲାହୋର ସମେତ ଅନେକ ସ୍ଥାନରେ ଭାରତ ଦ୍ୱାରା ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ପାକିସ୍ତାନ ସେନା ଦାବି କରିଛି। ପାକିସ୍ତାନ ସେନାର ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ କହିଛନ୍ତି ଯେ, ଭାରତ ଇସରାଏଲ ନିର୍ମିତ ହାରୋପ ଡ୍ରୋନ ବ୍ୟବହାର କରି ଲାହୋର, କରାଚୀ, ରାୱଲପିଣ୍ଡି, ଗୁଜରାନୱାଲା, ଚକୱାଲ, ବାହାୱଲପୁର, ମିଆନୋ, ଚୋର ଏବଂ ଅଟକ ଆଦି ସ୍ଥାନକୁ ଟାର୍ଗେଟ କରିଛି। ସେ ଦାବି କରିଛନ୍ତି ଯେ, ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଦ୍ୱାରା ୨୫ଟି ଭାରତୀୟ ଡ୍ରୋନ ନଷ୍ଟ କରାଯାଇଛି, କିନ୍ତୁ ଲାହୋର ନିକଟରେ ଏକ ଡ୍ରୋନ ସାମରିକ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରି ଚାରି ସୈନିକଙ୍କୁ ଆହତ କରିଛି ଏବଂ ସିନ୍ଧ ପ୍ରଦେଶର ମିଆନୋରେ ଜଣେ ନାଗରିକଙ୍କ ମୃତ୍ୟୁ ଘଟିଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନ ଗୁରୁବାର ରାତିରେ ଉତ୍ତର ଓ ପଶ୍ଚିମ ଭାରତର ୧୫ଟି ସହରରେ ସାମରିକ…

Read More