Author: Purva Paksha

ଅପରେସନ ସିନ୍ଦୂର ପ୍ରଭାବରେ ପ୍ରଭାବିତ ହୋଇଛି ଭାରତ ଓ ପାକିସ୍ଥାନ ଷ୍ଟକ୍ ମାର୍କେଟ। ମେ ୭ ତାରିଖ ଗୋଟିଏ ଦିନରେ କରାଚି ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ୬ ପ୍ରତିଶତରୁ ଅଧିକ ଖସି ଯିବାରୁ ବାଧ୍ୟ ହୋଇ କାରବାରକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ମେ ୮ ତାରିଖରେ ପୁଣି ୩ ପ୍ରତିଶତ ହ୍ରାସ ଘଟିଥିଲା ପାକ ସେନସେକ୍ସ। ଏଥିରେ କେଇ ଘଣ୍ଟା ମଧ୍ୟରେ ନିବେଷକ ହରାଇ ଥିଲେ ଲକ୍ଷ ଲକ୍ଷ କୋଟିର ଜମା ପୁଞ୍ଜି। ଏପ୍ରିଲ ୨୨ରେ ପହଲଗାମ ଆତଙ୍କି ଆକ୍ରମଣ ପରଠାରୁ କ୍ରମାଗତ କରାଚୀ ଷ୍ଟକ୍ ଏକ୍ସଚେଞ୍ଜର ସୂଚୀ ହ୍ରାସ ପାଉଥିବାବେଳେ ମେ ୯ ତାରିଖରେ ନାଟକୀୟଭାବେ ଦେଖିବାକୁ ମିଳିଛି ପରିବର୍ତ୍ତନ। ଭାରତର ଷ୍ଟକ୍ ଏକ୍ସଚେଞ୍ଜ ପାଖାପାଖି ୧ ପ୍ରତିଶତ ଖସିଥିବାବେଳେ କରାଚି ଷ୍ଟକ୍ ଏକ୍ସଚେଞ୍ଜ ଦୁଇ ପ୍ରତିଶତରୁ ଅଧିକ ଉପରକୁ ଉଠିଛି। କେଏସଇର ଏଭଳି ଉପର ମୁହାଁ ଗ୍ରାଫକୁ ନେଇ ବିଶ୍ୱ ବିସ୍ମିତ। ମେ ୯ ତାରିଖରେ ଭାରତୀୟ…

Read More