Author: Purva Paksha

ଅଘଟଣ ଘଟିଥିଲା କଶ୍ମୀରର ପହଲଗାମରେ। ଧର୍ମ ପଚାରି ୨୬ ଜଣଙ୍କୁ ପାକିସ୍ତାନୀ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କଲେ। ଖାଲି ସେତିକି ନୁହେଁ, ଧର୍ମ ପଚାରି ଧର୍ମ ପରୀକ୍ଷା ଦେବାକୁ ବି କହିଲେ। ଯେତେବେଳେ ପହଲଗାମର ପର୍ଯ୍ୟଟକ ହିନ୍ଦୁ ବୋଲି ଜାଣିଲେ ସେତେବେଳେ ଜଣକ ପରେ ଜଣଙ୍କୁ ହତ୍ୟା କଲେ। ଏହାକୁ ସାରାବିଶ୍ୱ ନିନ୍ଦା କରିଛି ଓ ଏହାର ଜବାବ ଦେବା ଲାଗି ଭାରତ ଗଲା ତିନିଦିନ ହେଲା ଅପରେସନ୍‍ ସିନ୍ଦୂର ଚଳାଇଛି। ଭାରତ ପାଇଁ ଏହି ଅପରେସନ୍‍ ଅନେକ ଗୁରୁତ୍ୱପୂର୍ଣ୍ଣ। କାରଣ ଦକ୍ଷିଣ ଏସିଆରେ ଭାରତର ରାଜନୈତିକ ଶକ୍ତି ଓ ପ୍ରଭାବକୁ ଏହା ନାଟକୀୟଭାବେ ବୃଦ୍ଧି କରିପାରେ। ବିଶ୍ୱର ପ୍ରମୁଖ ଶକ୍ତିମାନେ ଦୀର୍ଘକାଳୀନ ଯୁଦ୍ଧରେ ଲିପ୍ତ ରହି ଭାରତ-ପାକିସ୍ତାନ ଭିତରେ ଯୁଦ୍ଧକୁ ଏ ଦୁଇଦେଶ ଉପରେ ଛାଡ଼ିଦେବାକୁ ଉଚିତ ମଣିଛନ୍ତି। ଆମେରିକା, ଇଂଲଣ୍ଡ, ରୁଷ୍‍ ଭଳି ଦେଶ ଏ ଭିତରେ ପ୍ରବେଶ କରିବାକୁ ଚାହୁଁନାହାନ୍ତି। କାରଣ ଅତୀତରେ ଲମ୍ବା ସମୟ…

Read More