Author: Purva Paksha

ପାକିସ୍ତାନର ସାମିରିକ ଶିବିରକୁ ଉଡ଼ାଇଛି ଭାରତ। ଦେଶ ଉପରେ ରାତିବେଳେ ପାକିସ୍ତାନ ପକ୍ଷରୁ ଯେଉଁ ଦୀର୍ଘଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ତାହାର ଜବାବରେ ଭାରତ ଯେଉଁ କ୍ଷେପଣାସ୍ତ୍ର ପକାଇଛି ସେଥିରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି ପାକିସ୍ତାନ। ରଫିକି, ମୁରିଦ୍‍, ଚକଲାଲା, ରହମିଆଦ୍‍ ଖାନ, ସୁକୁର ପସ୍ତୁନିଆରେ ଥିବା ସେନା ହତିଆର ଛାଉଣି, ରାଡାର କେନ୍ଦ୍ର, ଟେକ୍ନିକାଲ ସେଣ୍ଟର ଉପରେ ଆକ୍ରମଣ କରାଯାଇଥିବା ସୂଚନା ଦେଇଛି ଭାରତ। ହେଲେ ଏଥିରେ ଯେମିତି ଲୋକଙ୍କ ଉପରେ କ୍ଷତିକୁ ସର୍ବନିମ୍ନ କରାଯାଇପାରିବ ତାହାକୁ ନିଶ୍ଚିତ କରିଛି ଭାରତୀୟ ସେନା। ଆଜି ଭାରତ ସରକାରଙ୍କ ପକ୍ଷରୁ ସାମ୍ବାଦିକମାନଙ୍କୁ ସୂଚନା ଦେଇ କର୍ଣ୍ଣେଲ ସୋଫିଆ କ୍ୱିରେସୀ ଏବଂ ଓ୍ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ପାକିସ୍ତାନ ଛଳନା ଉପରୁ ପରଦା ହଟାଇଛନ୍ତି। କ୍ୟୁରେସୀ କହିଛନ୍ତି, ପାକିସ୍ତାନ ପକ୍ଷରୁ ଆକ୍ରମଣ ଜାରି ରହିଛି। ଭାରତର ସୈନିକ ଶିବିରକୁ ଏଥିରେ ଟାର୍ଗେଟ କରାଯାଇଛି। ପାକିସ୍ତାନର ଆକ୍ରମଣରେ ୟୁକ୍ୟାବ୍‍ ଡ୍ରୋନ, ଦୀର୍ଘଗାମୀ କ୍ଷେପଣାସ୍ତ୍ର, ଫାଇଟର…

Read More