Author: Purva Paksha

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ଉପସ୍ଥିତି ଓ ସତର୍କତା କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରଜ୍ୟର ଆଇଏଏସ୍‍ ଓ ଆଇପିଏସ୍‍ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଏ ବାବଦରେ ସାଧାରଣ ପ୍ରଶାସନ ବିଭାଗର ଏକ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ, ଭାରତର ପଶ୍ଚିମ ସୀମାରେ  ଯୁଦ୍ଧଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି। ଏଣୁ ସମସ୍ତ ଆରଡିସି, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଛୁଟିକୁ ବାତିଲ କରାଯାଇଛି। ଯେଉଁମାନେ ଛୁଟିରେ ରହିଛନ୍ତିସେମାନଙ୍କୁ ତୁରନ୍ତ ମୁଖ୍ୟାଳୟରେ ଯୋଗ ଦେବାକୁ କୁହାଯାଇଛି। ଆଉ କୌଣସି ଛୁଟି ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଛି। ସେହିପରି ଗୃହ ବିଭାଗ ମଧ୍ୟ ଏକ ସମାନ ବିଜ୍ଞପ୍ତି ଜାରି କରିଛି। ଏଥିରେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଆଇପିଏସ୍‍ଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ,…

Read More