Author: Purva Paksha

ପାକିସ୍ତାନ ବିରୁଦ୍ଧରେ ଲଢ଼େଇରେ ଆଫଗାନିସ୍ତାନର ଲୋକେ ଖୋଲାଖୋଲି ଭାରତକୁ ସମର୍ଥନ କରୁଛନ୍ତି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ପାକିସ୍ତାନ ବିରୁଦ୍ଧରେ ଭାରତର ଅପରେସନ ସିନ୍ଦୁରକୁ ଅଭୂତପୂର୍ବ ବୋଲି ଅଭିହିତ କରିଛନ୍ତି। ସାଲେହ ପଡ଼ୋଶୀ ଦେଶ ବିରୁଦ୍ଧରେ ଭାରତର ପ୍ରତିଶୋଧମୂଳକ ଆକ୍ରମଣକୁ “ସାହସୀ ଏବଂ ଅଭୂତପୂର୍ବ” ବୋଲି ଅଭିହିତ କରିଛନ୍ତି। ଅନ୍ୟପକ୍ଷରେ, ଭାରତର ଆକ୍ରମଣକୁ ‘କାପୁରୁଷତାପୂର୍ଣ୍ଣ’ ବୋଲି କହୁଥିବା ପାକିସ୍ତାନୀମାନଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି। ଏହା ପୂର୍ବରୁ ସେ ୪ ମେ’ରେ ନିଜର ଏକ ସୋସିଆଲ ମିଡିଆ ପୋଷ୍ଟରେ, ଅପରେସନ ସିନ୍ଦୁର ପୂର୍ବରୁ କହିଥିଲେ ଯେ, “ଭାରତ ନିଜର ଶତ୍ରୁ ବିରୋଧରେ ଇଲେକଟ୍ରିକ୍ ଚୌକି ବ୍ୟବହାର କରିବା ବଦଳରେ ଶତ୍ରୁ ବେକରେ ଲମ୍ବା ଦଉଡ଼ି ବାନ୍ଧିଦେଇଛି। ଭାରତ ଏହି ଦଉଡ଼ିକୁ ନଅଟି ଗଣ୍ଠିରେ କସି ଦେଇଛି।” ଏଠାରେ “ନଅଟି ଗଣ୍ଠି”ରୁ ତାଙ୍କର ଅଭିପ୍ରାୟ ଥିଲା ପାକିସ୍ତାନରେ ୯ଟି…

Read More