Author: Purva Paksha

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଭିତରେ ପାକିସ୍ତାନ ଏକ ସାମରିକ ଅଭିଯାନ, “ଅପରେସନ୍‍ ବୁନୟାନ ଉଲ ମରସୂସ” (Al-Bunyan Al-Marsus) ଆରମ୍ଭ କରିଥିବା ଘୋଷଣା କରିଛି। ଏହି ଅପରେସନ୍‍ର ନାମ କୁରାନରୁ ନିଆଯାଇଛି, ଯାହାର ଅର୍ଥ ହେଉଛି “ଅଭେଦ୍ୟ ଦିୱାର” ବା “ଦୃଢ଼ କାନ୍ଥ”। ଅପରେସନ୍‍ ବୁନୟାନ ଉଲ ମରସୂସର ପୃଷ୍ଠଭୂମି ୨୨ଏପ୍ରିଲ, ୨୦୨୫ରେ କାଶ୍ମୀରରେ  ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ଲୋକ ନିହତ ହେବା ପରେ ଭାରତ ପକ୍ଷରୁ ଅପରେସନ୍‍ ସିନ୍ଦୂର ଆରମ୍ଭ କରାଯାଇଛି। ଏହି ଅପରେସନ୍‍ ଆତଙ୍କବାଦୀ ସଂଗଠନ ଏବଂ ତାଙ୍କ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି। ଭାରତ ଉପରେ ସେମାନଙ୍କ ଆକ୍ରମଣର ଜବାବ ଭାବେ ଏହାକୁ ଗ୍ରହଣ କରାଯାଇଛି। ପ୍ରଥମ ଦିନରେ ଅର୍ଥାତ୍‍ ମେ ୭ ତାରିଖ ରାତିରେ ପାକିସ୍ତାନ ଓ ପାକିସ୍ତାନ-ପ୍ରଶାସିତ କାଶ୍ମୀରର ୯ଟି ଆତଙ୍କବାଦୀ ଅବସ୍ଥାନ ଉପରେ ଆକ୍ରମଣ କରାଯାଇଥିଲା। ଏହି ଅଭିଯାନରେ ପ୍ରାୟ ୧୦୦ ଆତଙ୍କବାଦୀ ନିହତ ହେବା ସହ…

Read More