Author: Purva Paksha

ଓଡ଼ିଶା ରାଜନୀତିରେ ରାଜାଘରର ପ୍ରଭାବ ଅନେକ ଦିନରୁ ରହି ଆସିଛି। ଏବେବି ଏହା ରହିଛି। ସ୍ୱାଧୀନତା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ରାଜ ପରିବାରର ସଦସ୍ୟମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ସାଧାରଣ ଲୋକଙ୍କ ପ୍ରତିନିଧି ହୋଇଛନ୍ତି। ଗଣତନ୍ତ୍ରର ସାରଥି ହୋଇ ଆଧୁନିକ ଓଡ଼ିଶା ଗଠନରେ ନିଜର ଗୁରୁତ୍ୱ ବଢ଼ାଇଛନ୍ତି। ଏପରିକି ଏମିତି ଜଣେ ରାଜପରିବାରର ସଦସ୍ୟ ତଥା ବଲାଙ୍ଗୀରର ପୂର୍ବତନ ମହାରାଜା ଦିନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ହୋଇଥିଲେ। ଏଣୁ ରାଜ୍ୟରେ ରାଜ ପରିବାର ସହ ଲୋକଙ୍କ ଭାବାବେଗ ସଂଯୋଗକୁ ଏଡ଼ାଇ ଦିଆଯାଇନପାରେ। ଏହାର ଫାଇଦାକୁ ନିଜର ପକ୍ଷଭୁକ୍ତ କରିବା ପାଇଁ ପ୍ରତିଟି ରାଜନୀତିକ ଦଳ ସେମାନଙ୍କୁ  ଟିକଟ ମଧ୍ୟ ଦେଇଥାଆନ୍ତି। ଗତ ନିର୍ବାଚନରେ ୧୨ଟି ରାଜ ପରିବାର ସଦସ୍ୟଙ୍କୁ ବିଭିନ୍ନ ଦଳ ଟିକଟ ଦେଇଥିଲେ। ସେଥିରୁ ୮ଟି ଟିକଟ ବିଜେଡିର ଥିଲା। ହେଲେ ନିର୍ବାଚନ ପରବର୍ତ୍ତୀ ସମୟରେ ସେମାନଙ୍କୁ ବିଜେଡି କୋଣଠେସା କରିଛି। ଅର୍ଥାତ୍‍ ବିଜେଡି ନିଜ ସଂଗଠନ…

Read More