Author: Purva Paksha

କେନ୍ଦୁଝର ନାଗରିକ ବିକାଶ ପରିଷଦର ଏକ ସ୍ଵତନ୍ତ୍ର ବୈଠକ ପ୍ରଫେସର ହାଡିବନ୍ଧୁ ପଟ୍ଟନାୟକଙ୍କ ସଭାପତିତ୍ୱରେ ପରିଷଦର ୟୁନିଟ୍ ୩ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ମାଟିର ସୁଯୋଗ୍ୟ ସନ୍ତାନ ମୋହନ ଚରଣ ମାଝି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ, ନିଜର ପୂର୍ବ ଅଭିଜ୍ଞତା, ଅତୀତରେ ନିଜେ ରଖିଥିବା ଦାବି ଓ ସର୍ବୋପରି ଜିଲ୍ଲାର ଆବଶ୍ୟକତାକୁ ସ୍ଵତଃ ପ୍ରବୃତ ଭାବେ ବିଚାରକୁ ନେଇ, ଇତିମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯଥା: ଉତ୍ତର ଓଡିଶା ବିକାଶ ପରିଷଦ ଗଠନ, ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ହାସପାତାଳ ଠାରେ ଟ୍ରମା କେନ୍ଦ୍ର ପ୍ରତିଷ୍ଠା, ଘଟଗାଁ ତାରିଣୀ ପୀଠର ସମ୍ପ୍ରସାରଣ ଓ ଆଧୁନିକୀକରଣ, ରାଇସୁଆଁ ଏରୋଡ୍ରମର ଉନ୍ନତିକରଣ, ଭୁବନେଶ୍ୱର ଠାରେ ଧରଣୀଧର ଅତିଥି ଭବନ ନିର୍ମାଣ, ଏକ ଲକ୍ଷ ତିରିଶ ହଜାର କୋଟି ଟଙ୍କା ବିନିଯୋଗରେ ଅନ୍ୟ ତିରିଶି ପ୍ରକଳ୍ପ ପ୍ରତିଷ୍ଠା ଓ କେନ୍ଦୁଝର ମଧ୍ୟଦେଇ ଦିଲ୍ଲୀକୁ ଟ୍ରେନ୍…

Read More