Author: Purva Paksha

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କେତେବେଳେ କ’ଣ କହିବେ ଓ କ’ଣ କରିବେ ତାହାର ପୂର୍ବାନୁମାନ ଅସମ୍ଭବ। ଏମିତିରେ ଟ୍ରମ୍ପଙ୍କ ବାବଦରେ ତାଙ୍କ ବିରୋଧୀ କୁହନ୍ତି ଯେ, ସିଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପ୍ରତିଦିନ ଅତିକମରେ ଏକୋଇଶ ମିଛ କୁହନ୍ତି। ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିବାବେଳେ ଟ୍ରମ୍ପ ଆକାଶରୁ ଖସି ଯୁଦ୍ଧବିରତିର ଘୋଷଣା କରିଦେଲେ। କିନ୍ତୁ ଯୁଦ୍ଧ ବିରତି ଘୋଷଣାରେ ମାତ୍ର ତିନି ଘଣ୍ଟା ପରେ ପାକିସ୍ତାନ ପୁଣି ଆକ୍ରମଣ ଆରମ୍ଭ କରିଦେଲା। ଟ୍ରମ୍ପଙ୍କୁ ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ବେଜିତ ହେବାକୁ ପଡ଼ିଲା। ପାକିସ୍ତାନକୁ ଚୀନ୍‍ର ଧମକ ଅବଶ୍ୟ କୁହାଯାଉଛି ଯେ, ଚୀନ୍‍, ଚାପରେ ଚେପା ହୋଇ ପାକିସ୍ତାନ ଏମିତି କରିଥିଲା। ଚୀନ୍ କାଳେ ପାକିସ୍ତାନକୁ ଧମକାଇଥିଲା ଯେ, ତୁମେ ଆମକୁ ନ ଜଣାଇ ଯୁଦ୍ଧବନ୍ଦ କରି ଆମକୁ ଅପମାନିତ କରିଛ। ଚୀନ୍‍ର ସମ୍ମାନ ରକ୍ଷା କରିବାକୁ ଯାଇ ପାକିସ୍ତାନ ତିନିଘଣ୍ଟା ପରେ ପୁନଃଆକ୍ରମଣ ଆରମ୍ଭ କରିଥିଲା।…

Read More