Author: Purva Paksha

ଓଡିଶା ସଚିବାଳୟ ସେବା ସଂଘର କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୨୦୨୪ରେ ଯେଉଁ ନିର୍ବାଚନ ହେବାର ଥିଲା ତାହା ୨୦୨୫ରେ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ ୨ ବର୍ଷ ପାଇଁ ସଂଘର କର୍ମକର୍ତ୍ତା ଚୟନ ହୋଇଛନ୍ତି। ନିର୍ବାଚନରେ ୯ଟି ପଦ ପାଇଁ ସର୍ବମୋଟ ୨୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଦ୍ୱିମୁଖୀ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ବିବେକାନନ୍ଦ ସାମଲ ସଭାପତି ନିର୍ବାଚିତ ହୋଇଥିବାବେଳେ ବିଜୟ ସ୍ୱରୂପ ପଣ୍ଡା ଓ ମାନସ ସୁତାର ଉପ ସଭାପତିଭାବେ ନିର୍ବାଚିତ ହୋଇଛନ୍ତି। ପ୍ରତ୍ୟୁଷ କୁମାର କଁଅର ସାଧାରଣ ସମ୍ପାଦକଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଚାରିଜଣ ସମ୍ପାଦକ ଭାବେ ଯଥା ସ୍ମିତା ପୃଷ୍ଟି, ନଳିନୀକାନ୍ତ ଶର୍ମା, ମୋନାଲି ସାହୁ ଓ ସଂଗ୍ରାମ ଖଟେଇ ନିର୍ବାଚିତ ହୋଇଛନ୍ତି। ସ୍ମିତା ସମାପ୍ତିକା ପଟ୍ଟନାୟକ ସମୀକ୍ଷକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଓଡିଶା ସଚିବାଳୟ ସେବା ସଂଘରେ ତିନି…

Read More