Author: Purva Paksha

ରାଜ୍ୟ ସରକାର କିପରି ଅମଲାଙ୍କ ଚକ୍ରବ୍ୟୁହରେ ପଡ଼ିଛି ତାହାର ଆଉ ଗୋଟିଏ ଉଦାହରଣ ଆଜି ଆଲୋଚନା କରିବା। ଏମିତି ଏକ ଚକ୍ରବ୍ୟୁହରେ ପଡ଼ି କିପରି ରାଜ୍ୟ ସରକାର ଆଇଏଏସ୍‍ ଅଧିକାରୀ ପ୍ରଦୀପ ଜେନାଙ୍କୁ ଅବସର ପରେ ଓଇଆର୍‍ସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ ତାହା ଆଲୋଚନା କରିଥିଲେ। ଆଜି ଆପଣଙ୍କୁ କିପରି ରାଜ୍ୟରେ ମୁଖ୍ୟ ସୂଚନା କମିଶନ ନିଯୁକ୍ତିଠାରୁ ଆରମ୍ଭ କରି ସୂଚନା କମିଶନ ନିଯୁକ୍ତିରେ ବାବୁ ବ୍ୟୁହ ରହିଛି, ତାହା ଆଲୋଚନା କରିବା। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ସୂଚନାକୁ ଆଧାର କରି ଆମେ ଏ ବିଷୟ ସ୍ପଷ୍ଟ କରିବାକୁ ଚାହୁଁଛି। ନିକଟରେ ଜଣେ ମୁଖ୍ୟ ସୂଚନା କମିଶନ ଓ ୩ ସୂଚନା କମିଶନଙ୍କ ନିଯୁକ୍ତି ଲାଗି ଉଚ୍ଚସ୍ତରୀୟ କମିଟି ୧୭ ଜଣଙ୍କ ନାମ ତାଲିକାଭୁକ୍ତ କରିଥିଲେ ମୋହନ ସରକାର। ଏହି ୧୭ ଜଣଙ୍କ ମଧ୍ୟରେ ୧୬ ଜଣ ବିଭିନ୍ନ ବର୍ଗର ଅବସରପ୍ରାପ୍ତ ବାବୁ…

Read More