Author: Purva Paksha

ରାଜ୍ୟରେ ଫେରୁଛି ରାଜନୀତିକ ସରକାର। ନବୀନ ପଟ୍ଟନାୟକଙ୍କ ସମୟରେ ଯେଉଁ ସରକାର ଅମଲାଙ୍କ ସରକାର ବା ଅଫିସରଙ୍କ ସରକାର ଭାବେ ନାମିତ ହୋଇଥିଲା, ତାହାର ରୂପରେଖ ପରିବର୍ତ୍ତନ ପାଇଁ ଚେଷ୍ଟା କରାଯାଉଛି। ଏହିକମ୍ରରେ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ସମସ୍ତ ବିଭାଗୀୟ ସଚିବଙ୍କୁ ସାମ୍ବିଧାନିକ ବ୍ୟବସ୍ଥାକୁ ମନେପକାଇ ଦେଇଛି। ରାଜ୍ୟ ପ୍ରଶାସନର ସମସ୍ତ ମୂଳ ନିଷ୍ପତ୍ତି ମନ୍ତ୍ରିମଣ୍ଡଳ ହାତରେ ନ୍ୟସ୍ତ ବୋଲି ତାହା ମନେପକାଇ ଦେଇଛି। ଏଣୁ ସଚିବଙ୍କୁ ମନ୍ତ୍ରିମଣ୍ଡଳ ବୈଠକରେ ବସିବାକୁ ବି ବାରଣ ଆଦେଶ ଜାରି କରାଯାଇଛି। ମୋହନ ସରକାରଙ୍କୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିଲେ ମଧ୍ୟ ଶାସନ ବ୍ୟବସ୍ଥାରେ ମନ୍ତ୍ରୀଙ୍କ ଭୂମିକା ନ୍ୟୁନ ଥିବା ଅଭିଯୋଗ ହେଉଥିଲା। ସଚିବମାନେ ମନ୍ତ୍ରୀଙ୍କୁ ନ ପଚାରି କ୍ୟାବିନେଟ୍‍ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିବା ନେଇ ଅଭିଯୋଗ ହେଉଥିଲା। ବିଜେଡି ସରକାର ସମୟର ଏହି ଢାଞ୍ଚାକୁ ଭାଙ୍ଗିବା ଲାଗି ରାଜ୍ୟ ସରକାରଙ୍କ ଆଦେଶକ୍ରମେ ପ୍ରତି ସଚିବଙ୍କ ରାଜ୍ୟ ସଂସଦୀୟ…

Read More