Author: Purva Paksha

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ଭୟଙ୍କର ସିରିଏଲ କିଲରକୁ ଅଦାଲତ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଲକ୍ଷ୍ନୌର ଏକ ଅଦାଲତ ଭୟଙ୍କର ସିରିଏଲ କିଲର, ନରଭକ୍ଷୀ ଓ ନରମୁଣ୍ଡ ସଂଗ୍ରହକାରୀ ରାଜା କୋଲାଣ୍ଡରଙ୍କୁ ୨୦୦୦ ମସିହାରେ ହୋଇଥିବା ଦୁଇଟି ହତ୍ୟା ମାମଲାରେ ସୋମବାର ଦୋଷୀ ଘୋଷଣା କରିଛି। ଅଦାଲତର ବିଚାରପତି ରୋହିତ ସିଂହ ଶୁକ୍ରବାର ଦିନ ଦଣ୍ଡ ଘୋଷଣା କରିବେ। ଏହି ମାମଲାରେ ରାଜା କୋଲାଣ୍ଡର ଉର୍ଫ ରାମ ନିରଞ୍ଜନ ଓ ତାଙ୍କ ସାଙ୍ଗରେ ବଚ୍ଛରାଜ କୋଲଙ୍କୁ ୨୨ ବର୍ଷୀୟ ମନୋଜ କୁମାର ସିଂହ ଓ ତାଙ୍କ ଡ୍ରାଇଭର ରବି ଶ୍ରୀବାସ୍ତବଙ୍କ ଅପହରଣ ଓ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପ୍ରକୃତରେ, ରାଜା କୋଲାଣ୍ଡର ଓ ତା’ ଶାଳକ ବଚ୍ଛରାଜକୁ ଏହା ପୂର୍ବରୁ ସାମ୍ବାଦିକ ଧୀରେନ୍ଦ୍ର ସିଂହଙ୍କ ହତ୍ୟା ମାମଲାରେ ୨୦୧୨ ମସିହାରେ ଆଲାହାବାଦ ଅଦାଲତ ଆଜୀବନ କାରାଦଣ୍ଡ ଶୁଣାଇ ସାରିଛି। ଏହି ମାମଲାରେ ରାଜାର…

Read More