Author: Purva Paksha

ଓଡ଼ିଶାର ଜଣେ ପ୍ରତିଷ୍ଠିତ ଶିଳ୍ପପତି ହେଉଛନ୍ତି ତାରାରଞ୍ଜନ ପଟ୍ଟନାୟକ। ପ୍ରାୟ ୪ ହଜାର କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା ତାଙ୍କର ସାମୁଦ୍ରିକ ରପ୍ତାନୀ ଶିଳ୍ପକୁ ସେ ଗୁଜରାଟକୁ ସମ୍ପ୍ରସାରଣ କରିଛନ୍ତି। ଓଡ଼ିଶାରୁ ସାମୁଦ୍ରିକ ଉତ୍ପାଦ ରପ୍ତାନୀ କରି ନାଁ ଓ ବ୍ୟବସାୟ ଅର୍ଜନ କରିବା ପରେ ସେ ଗୁଜରାଟକୁ ବାଛିଛନ୍ତି ନ୍ୟୁ ଜେନେରେସନ୍‍ ଆଳୁ ଶିଳ୍ପ ପାଇଁ। ଆଉ ଏହି ଉଦ୍ୟମରେ ମେହଶଣା ଜିଲ୍ଲାରେ ଉଦ୍‍ଘାଟନ ହୋଇଛି ଫାଲକନ୍‍ ଏଗ୍ରିଫିଜ୍‍ କମ୍ପାନୀ। ୧୦୫୦ କୋଟି ଟଙ୍କା ଏହି ପ୍ରକଳ୍ପରେ ତାରାରଞ୍ଜନ ପଟ୍ଟନାୟକ ନିବେଶ କରିଛନ୍ତି। ଏହି ନିବେଶଦ୍ୱାରା ପ୍ରାୟ ୪ ହଜାର ଚାଷୀ ନିଯୁକ୍ତି ପାଇବାକୁ ଯାଉଛନ୍ତି। ଆଜି ଆମେ ତାଙ୍କ ସମ୍ବନ୍ଧରେ ଆଲୋଚନା କରିବାର କୌଣସି ଉଦ୍ଦେଶ୍ୟ ନାହିଁ, କିନ୍ତୁ ରାଜ୍ୟକୁ ନିବେଶ ଆକର୍ଷଣ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୋହନ ସରକାର ଏହାକୁ ଓଡ଼ିଶାରେ କାହିଁକି କରାଇପାରିଲେ ନାହିଁ? ରାଜ୍ୟ କାହିଁକି ଜଣେ ଓଡ଼ିଆ ଶିଳ୍ପପତିଙ୍କୁ ଓଡ଼ିଶାରେ ଆକର୍ଷିତ…

Read More