Author: Purva Paksha

ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ସବୁଠାରୁ ବଡ଼ ଶକ୍ତି ଥିଲା ଯେ ଏହାକୁ ନେଇ ସମଗ୍ର ଭାରତରେ ରାଜନୈତିକ ଐକ ଦେଖାଯାଇଥିଲା। ଭାରତୀୟ ସଶସ୍ତ୍ର ସେନା ଏହି ଅଭିଯାନରେ ନିଜର ଲକ୍ଷ୍ୟକୁ ଅତ୍ୟନ୍ତ ସଠିକତାର ସହ ହାସଲ କରିଥିଲା ଏବଂ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଆତଙ୍କବାଦୀଙ୍କର ୯ଟି ବଡ଼ ଆଡ୍ଡାକୁ ସମ୍ପୂର୍ଣ୍ଣ ରୂପେ ଧୂଳିସାତ କରିବାରେ ସଫଳତା ହାସଲ କରିଥିଲା। କିନ୍ତୁ, ଏହାପରେ ଏହି ପ୍ରସଙ୍ଗ ଉପରେ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି ଏବଂ କୂଟନୈତିକ ସ୍ତରରେ ଭାରତର କଥାକୁ ବିଶ୍ୱର ଦେଶମାନଙ୍କ ସାମ୍ନାରେ ରଖିବା ପାଇଁ ଯାଉଥିବା ସାତ ଜଣିଆ ସର୍ବଦଳୀୟ ପ୍ରତିନିଧିମଣ୍ଡଳକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହେଉଛି। ତେବେ, ଯେଉଁପରି ଭାବେ ପ୍ରତିନିଧିମଣ୍ଡଳରେ ସାମିଲ ସଦସ୍ୟମାନେ,ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି, ସେଥିରୁ ଜାତୀୟ ସ୍ୱାର୍ଥର ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକରେ ସର୍ବସମ୍ମତି ନଥିବା ଦେଖାଯାଉଛି।…

Read More