Author: Purva Paksha

ଆଉ କିଛିଦିନ ପରେ ଓଡ଼ିଶାର ରାଜନୀତି ଇତିହାସରେ ପ୍ରଥମ ବିଜେପି ସରକାରକୁ ଏକ ବର୍ଷ ପୂରିବ। ଜନତା ମୈଦାନରେ ଏହି ବର୍ଷପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ଉତ୍ସବର ଆୟୋଜନ କରାଯାଇଛି। ସହି ଦିନ ୩୬୫ ପ୍ରକଳ୍ପର ଉଦ୍‍ଘାଟନ ସାଙ୍ଗକୁ ୩୬୫ ନୂଆ ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି। ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାରକୁ ଅପସାରଣ କରି କ୍ଷମତାସୀନ ହୋଇଥିବା ମୋହନ ମାଝୀଙ୍କ ଶାସନ କାଳ କିନ୍ତୁ ଅନେକ ଆଶଙ୍କା, ଆହ୍ୱାନ, ପରିଚାଳନାଗତ ତ୍ରୁଟି, ନେତାଙ୍କ ଅସନ୍ତୋଷ ଭିତରେ ଗତି କରିଛି। ଏପରିକି ସେ ସମୟରେ ଯେଉଁମାନେ ଅନେକ ଦୁର୍ନୀତିରେ ଲିପ୍ତ ଥିଲେ ବୋଲି ବିଜେପି ଅଭିଯୋଗ କରୁଥିଲା ସେହି ନେତା ଓ ଅଧିକାରୀ ଏବେ ଉଚ୍ଚ ପଦବୀରେ ଅଧିଷ୍ଠିତ। ଯାହାଙ୍କୁ ଭଲ ଅଧିକାରୀ ବୋଲି କହି ନିଜ କୋଟେରୀକୁ ଅଣାଯାଇଥିଲା କିଛିଦିନର ବ୍ୟବଧାନରେ ତାଙ୍କୁ ବଦଳି କରିଛନ୍ତି ଓଡ଼ିଶା ଶାସନ। ଏହିସବୁ…

Read More