Author: Purva Paksha

ଅପରେସନ ସିନ୍ଦୂର ପରେ ବନ୍ଧୁକ ଶାନ୍ତ ହୋଇଛି, କିନ୍ତୁ ପରିବେଶ ଉତ୍ତେଜନାପୂର୍ଣ୍ଣ ରହିଛି। ପରାଜୟ ସତ୍ତ୍ୱେ ପାକିସ୍ତାନ ନିଜ ଜନତାଙ୍କୁ ଭ୍ରମିତ କରିବା ପାଇଁ ମିଥ୍ୟା ବିଜୟର ଅଭିଯାନ ଚଳାଇଛି। ଅନ୍ୟପଟେ, ଭାରତୀୟ ସାଂସଦଙ୍କର ସାତଟି ପ୍ରତିନିଧି ଦଳ ୩୩ଟି ଦେଶରେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୁକର୍ମର ଗୁମର ଫିଟାଉଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣରେ କାଶ୍ମୀର, ପାକିସ୍ତାନ ଓ ଅପରେସନ ସିନ୍ଦୁର ଛାଇ ରହିଛି। ଏହାରି ମଧ୍ୟରେ ମୋଦୀ ସରଦାର ପଟେଲଙ୍କର କାଶ୍ମୀର ସମ୍ପର୍କିତ ଚିନ୍ତାଧାରାର ଉଲ୍ଲେଖ କରିଛନ୍ତି। ସେ ମନେପକାଇ ଦେଇଛନ୍ତି ଯେ ଯଦି ସରଦାରଙ୍କ ମତ ଗ୍ରହଣ କରାଯାଇଥାନ୍ତା ଓ ୧୯୪୭ରେ ଅଗ୍ରସର ହେଉଥିବା ସେନାଙ୍କୁ ରୋକା ଯାଇ ନଥାନ୍ତା,ତେବେ ପିଓକେ ଭାରତର ଅଂଶ ହୋଇଥାନ୍ତା। ଯଦିଓ ସେ ପଣ୍ଡିତ ନେହେରୁଙ୍କ ନାମ ନେଇ ନାହାଁନ୍ତି, ତଥାପି ତାଙ୍କର ଇଙ୍ଗିତ କାଶ୍ମୀର ପ୍ରସଙ୍ଗରେ ନେହେରୁ ଓ ପଟେଲଙ୍କ ନୀତିଗତ ମତଭେଦ ଆଡ଼କୁ ଥିଲା। ବାସ୍ତବରେ, ନେହେରୁ…

Read More