Author: Purva Paksha

ରାଜ୍ୟର ସର୍ବବୃହତ୍‍ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଉପରୁ କ୍ରମଶଃ ଦ୍ୱିତୀୟ ପିଢ଼ିର ନେତା ଆସ୍ଥା ହରାଉଛନ୍ତି। ଏହାର ଅନେକ ଉଦାହରଣ ରହିଛି। ସଦ୍ୟତମ ଉଦାହରଣ ହେଉଛନ୍ତି ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ପ୍ରୟାସକାନ୍ତି ଦଳର ପ୍ରାଥମିକ ସଦସ୍ୟପଦରୁ ଗତକାଲି ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ନିକଟରେ ଦଳର ଗଠନ ହୋଇଥିବା ସାଂଗଠନିକ କମିଟିରେ ଯୁବବର୍ଗଙ୍କୁ ଧ୍ୟାନ ଦିଆନଯିବାକୁ ନେଇ ବରିଷ୍ଠ ନେତାଙ୍କ ପୁଅମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏମାନଙ୍କ ଭିତରକୁ କିଛି ବିଧାୟକ ଥିବାରୁ ମୁହଁ ଖୋଲୁ ନାହାନ୍ତି ଆଉ ଯାହାଙ୍କ ବାପାମାନେ ମୁହଁ ଖୋଲୁଛନ୍ତି ତାଙ୍କ ପୁଅଙ୍କୁ ବିକଳ୍ପ ଖୋଜିବାକୁ ଦଳ ପକ୍ଷରୁ ଇଙ୍ଗିତ କରାଯାଉଛି। ଏହି ବିଷୟକୁ ନେଇ ଆଜିର ଆଲୋଚନା। ରାଜ୍ୟରେ ନିରନ୍ତରଭାବେ ୨୪ ବର୍ଷର ଶାସନ କରିଥିବା ଏକମାତ୍ର ଦଳ ବିଜେଡିର ଭବିଷ୍ୟତ କ’ଣ ହେବ? ଏ ପ୍ରଶ୍ନ ପଚାରିବା ପଛରେ ଦୁଇଟି କାରଣ…

Read More