Author: Purva Paksha

ବିଜୁ ଜନତା ଦଳର ନେତାମାନେ ଏବେ ଆଉ ସିଧାସଳଖ କିଛି କହୁନାହାନ୍ତି। ସିଧାସଳଖ କହି ବରିଷ୍ଠନେତା ଯେମିତି ଦୁର୍ଦ୍ଦଶା ଭୋଗୁଛନ୍ତି ତାହାକୁ ଦୂରେଇବା ଲାଗି ଡିଲ୍‍କୁ ଅପେକ୍ଷା କରୁଛନ୍ତି। ଆଉ ଡିଲ୍‍ ପାଇଁ ବ୍ଲାକ୍‍ମେଲିଂ ବି କରୁଛନ୍ତି। ଏହାର କାରଣ ହେଉଛି ଯେଉଁ ନେତାଙ୍କ ବାବଦରେ ଏହି ନେତାମାନେ ଅଭିଯୋଗ ଆଣୁଛନ୍ତି ସେମାନଙ୍କ ବିରୋଧରେ ତାଙ୍କ ପାଖରେ କୌଣସି ଶକ୍ତ ପ୍ରମାଣ ନାହିଁ। ଏଣୁ କେବଳ ବଦ୍‍ନାମ କରି ନିଜର ଫାଇଦା ଗୋଟାଇବାକୁ ଚେଷ୍ଟା କରୁଛନ୍ତି। ଏମିତି ଅନେକ ଉଦାହରଣ ରହିଛି। କିନ୍ତୁ ନିକଟରେ ଦୁଇଟି ଉଦାହରଣ ଏହାର ଭିନ୍ନ ଦିଗ ଉନ୍ମୋଚନ କରିବ। ସେ ବିଷୟକୁ ଆପଣଙ୍କ ଆଗକୁ ଆଣିବା ଲାଗି ଆଜି ବିଷୟ ‘ବ୍ଲାକମେଲିଂ’। ରାଜନୀତିରେ ବ୍ଲାକମେଲିଂ କିଛି ନୂଆ କଥା ନୁହେଁ। କୁହାଯାଏ କ୍ଷମତା ଯେଉଁଠି ବ୍ଲାକମେଲିଂ ସେଇଠି। ହେଲେ କ୍ଷମତା ଯିବା ପରେ ବିଜେଡିରେ ଏବେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଲାଣି। ହାତ ଧରାଧରି ହୋଇ…

Read More