Author: Purva Paksha

ରାଜ୍ୟରେ ଦିନକୁ ଦିନ ବାବୁମାନଙ୍କ କୋଟିପତି ହେବାର ନିଶା ବଢ଼ିବାରେ ଲାଗିଛି। ସେଥିଲାଗି ତଳୁ ଉପରସ୍ତରର ବାବୁମାନେ ଆୟ ନୁହେଁ, ବରଂ ଉପୁରି ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ଇଞ୍ଜିନିୟରମାନେ ଯେମିତି ମାଲମାଲ ହେଉଛନ୍ତି ସେଥିରୁ ଲାଗୁଛି ଏଥିରେ ସରକାରୀ ବଳ ଓ କଳର ଭିତିରି ହାତ ନିଶ୍ଚିତ ରହିଛି। ଭିଜିଲାନ୍ସ ଦ୍ୱାରା ଆଜି ଗିରଫ ହୋଇଥିବା ଗ୍ରାମ୍ୟ ରାସ୍ତା ଯୋଜନା ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ଯେଉଁଭଳି କୋଟି କୋଟି ଟଙ୍କାର ୫୦୦ ଟଙ୍କା ମୁଦ୍ରକୁ ଭିଜିଲାନ୍ସ ଜବତ କରିଛି, ଲାଗୁଛି ଯେମିତି ପ୍ରଶାସନ ଓ ଶାସନ ଏକକାର ହୋଇଛନ୍ତି ରାଜ୍ୟକୁ ଲୁଟିବା ଲାଗି। ବୈକୁଣ୍ଠନାଥ ଘରୁ ପ୍ରାୟ ଅଢ଼େଇ କୋଟି ଟଙ୍କାର ନଗଦ ଜବତ କରିଛି ଭିଜିଲାନ୍ସ। ଏହାବାଦ୍‍ ଜାଗା, ଘର, ଫ୍ଲାଟ୍‍, ସୁନା କଥା କହିଲେ ଧାଡ଼ି ଲାଗିବ। ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ତାହା ଯେତିକି ପ୍ରଶ୍ନ ନୁହେଁ…

Read More