Author: Purva Paksha

ଆଧୁନିକ ଯୁଗରେ ବିଶ୍ୱରେ ଯୁଦ୍ଧର ସ୍ୱରୂପ ବଦଳିଯାଇଛି। ଆଜି ଟେକ୍ନୋଲୋଜି ହିଁ କୌଣସି ସେନାର ସବୁଠାରୁ ବଡ଼ ଶକ୍ତି ହୋଇଯାଇଛି। ଏପରି ପରିସ୍ଥିତିରେ ବିଶ୍ୱର ମହାଶକ୍ତିମାନଙ୍କ ମଧ୍ୟରେ ଉନ୍ନତ ଟେକ୍ନୋଲୋଜି ହାସଲ କରିବା ପାଇଁ ଏକ ପ୍ରତିଯୋଗିତା ଚାଲିଛି। ଏହି ମୁହୂର୍ତ୍ତରେ ବିଶ୍ୱରେ ଏକ ପାଖରେ ଆମେରିକା ଥିବା ବେଳେ ଅନ୍ୟପଟେ ଚୀନ ରହିଛି। ଟେକ୍ନୋଲୋଜି ଓ ସାମରିକ ଶକ୍ତି ପ୍ରତ୍ୟେକ ଜିନିଷରେ ଏହି ଦୁଇଦେଶ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ଏହି ଟେକ୍ନୋଲୋଜିର ଅବଦାନ ହେଉଛି ୫ମ ପିଢ଼ିର ଫାଇଟର ଜେଟ୍‍। ବର୍ତ୍ତମାନ ସମୟରେ ଆମେରିକା, ଚୀନ୍‍ ଓ ରୁଷିଆ ଏହି ତିନିଟି ଦେଶ ପାଖରେ ଏହି ଟେକ୍ନୋଲୋଜି ରହିଛି ଏବଂ ତିନି ଦେଶ ନିଜ ନିଜର ୫ମ ପିଢ଼ିର ଫାଇଟର ଜେଟ୍‍ ତିଆରି କରିସାରିଛନ୍ତି। ଗତ କିଛି ଦିନ ପୂର୍ବେ ଭାରତ ମଧ୍ୟ ନିଜର ଏଏମସିଏ (ଏଡଭାନ୍ସଡ ମିଡିଅମ କମ୍ବାଟ ଏୟାରକ୍ରାଫ୍ଟ) ପ୍ରୋଗ୍ରାମକୁ କାର୍ଯ୍ୟକାରୀ କରିବାର ଘୋଷଣା କରିଛି।…

Read More