Author: Purva Paksha

ପ୍ରାୟ ବର୍ଷକ ତଳେ ବିଜୁ ଜନତା ଦଳ ନିର୍ବାଚନ ହାରିଛି। ଏହାପରେ ୨୦୨୪ ଜୁନ୍‍ ୯ ତାରିଖରେ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ଏହା ପରଠାରୁ ସେ କେଉଠି ଅଛନ୍ତି, କ’ଣ କରୁଛନ୍ତି ତାହା ନେଇ ବିଜେଡି ନେତା ଓ ଦଳର କର୍ମୀଙ୍କ ମନରେ ଅସୁମାରୀ ପ୍ରଶ୍ନ ଥିଲା। ଏ ପ୍ରଶ୍ନର ଉତ୍ତର ଗତକାଲି ନିଜେ ପାଣ୍ଡିଆନ ତାଙ୍କ ଜନ୍ମଦିନ ଅବସରରେ ଦେଇଛନ୍ତି। ସୂଚନା ଦେଇଛନ୍ତି ଯେ ସେ ନବୀନ ପଟ୍ଟନାୟକ ଓ ନବୀନ ନିବାସ ଛାଡ଼ି ନାହାନ୍ତି। ନବୀନ ନିବାସରେ ହିଁ ରହୁଛନ୍ତି। ଗତକାଲି ଥିଲା ତାଙ୍କର ଜନ୍ମଦିନ। ଏହି ଅବସରରେ ତାଙ୍କ ଆଶିର୍ବାଦରେ ନେତା ହୋଇଥିବା କିଛି ନେତା ନବୀନ ନିବାସ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ନିବାସରେ ଜନ୍ମଦିନ କେକ୍‍ ମଧ୍ୟ କାଟିଛନ୍ତି। ଏହାପରେ ଗ୍ରୁପ୍‍ ଫଟୋ ମଧ୍ୟ ଉଠାଇଛନ୍ତି। ଅବଶ୍ୟ ଏମାନଙ୍କ ସଂଖ୍ୟା ବହୁତ କମ୍‍ ଥିଲା। ପାଣ୍ଡିଆନଙ୍କ ଜନ୍ମଦିନରେ…

Read More