Author: Purva Paksha

ବାଂଲାଦେଶରେ ମୋହମ୍ମଦ ଯୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଦେଶରେ ନୂଆ ବ୍ୟାଙ୍କ ନୋଟ୍ ଜାରି କରିଛନ୍ତି। ଏଥିରେ ବାଂଲାଦେଶର ପ୍ରତିଷ୍ଠାତା ତଥା ଶେଖ ହାସିନାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ଫୋଟୋକୁ ହଟାଇ ଦିଆଯାଇଛି। ନୂଆ ବ୍ୟାଙ୍କ ନୋଟ୍‌ଗୁଡ଼ିକ ରବିବାର ଦିନ ଜାରି କରାଯାଇଛି। ପ୍ରାୟ ୧୭ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ବର୍ତ୍ତମାନ ମୋହମ୍ମଦ ଯୁନୁସ ଅନ୍ତରୀଣ ସରକାର ଚଳାଉଛନ୍ତି, ଯିଏ ଶେଖ ହାସିନାଙ୍କ ସବୁଠାରୁ ବଡ଼ ଶତ୍ରୁମାନଙ୍କ ମଧ୍ୟରୁ ଜଣେ। ଶେଖ ହାସିନାଙ୍କ ସରକାରର ପତନ ଗତ ବର୍ଷ ଅଗଷ୍ଟରେ ଏକ ହିଂସାତ୍ମକ ଛାତ୍ର ଆନ୍ଦୋଳନ ପରେ ହୋଇଥିଲା ଏବଂ ସେ ୨୦୨୪ ମସିହା ଅଗଷ୍ଟ ୫ ତାରିଖରେ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ । ଶେଖ ହାସିନା ତାହାପରେ ଭାରତରେ ହିଁ ରହୁଛନ୍ତି। ଏଯାଏ ବାଂଲାଦେଶରେ ଶେଖ ହାସିନାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ଫୋଟୋ ଟଙ୍କାରେ ଥିଲା, ଯିଏ ୧୯୭୧ରେ ପାକିସ୍ତାନରୁ ବାଂଲାଦେଶକୁ ସ୍ୱାଧୀନ…

Read More