Author: Purva Paksha

୨୦୨୪ ପରଠାରୁ ଓଡ଼ିଶା ରାଜନୀତିକୁ ନେଇ ଯେଉଁ ମିଡିଆ ଚର୍ଚ୍ଚା ହେଉଛି ସେଥିରେ ସର୍ବାଧିକ କଣ୍ଟେଣ୍ଟ ବିଜେଡି ଏବଂ ବିଜେଡିର ପରାଜୟ ପରବର୍ତ୍ତୀ ସମୀକରଣ ହିଁ ପ୍ରାଧାନ୍ୟ ପାଇଛି। ହେଲେ ବିଜେପି କ୍ଷମତାକୁ ଆସିଲା ପରେ ଯେ ଏଠାରେ ସବୁକିଛି ଠିକ୍‍ ଚାଲିଛି ତାହା ଆଦୌ ସତ୍ୟ ନୁହେଁ। ଯେମିତି ବିଜେଡି କ୍ଷମତାରେ ଥିବା ସମୟରେ ଭୟ ଓ ଲୋଭ କାରଣରୁ ସମସ୍ତେ ଗୋଟିଏ ଛାତ ତଳେ ବୋଲି ପରିଚୟ ଦେଉଥିଲେ ଏବେ ବିଜେପିରେ ମଧ୍ୟ ସେହି ଛନକା। ହେଲେ ଆଗକୁ ଯେତେବେଳେ ସମୟ ଆସିବ ଏହା ପକ୍କା ବିସ୍ଫୋରଣ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ଏହି ବିସ୍ଫୋରଣ କିଛି ନେତା, ମନ୍ତ୍ରୀଙ୍କ କୁର୍ସି ବି ଖାଇ ଦେଇପାରେ। ଏସବୁ କଥାରୁ ସ୍ପଷ୍ଟ ଯେ ଦଳରେ ଅସନ୍ତୋଷ ଉଗ୍ର ରୂପ ନେଲାଣି। ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିଛି। ଆଦିବାସୀଙ୍କ ପ୍ରତି ବିଜେପି ସମ୍ବେଦନଶୀଳ…

Read More