Author: Purva Paksha

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଶାନ୍ତିର ସୁର ଆଳାପ କରୁଥିବା ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କୁ ଚେକମେଟ ଦେଇଛନ୍ତି। ରୁଷକୁ କୌଣସି ସୁରାଗ ନ ଦେଇ ୟୁକ୍ରେନ ମିସାଇଲ ଓ ଡ୍ରୋନର ବର୍ଷା କରି ରୁଷରେ ବ୍ୟାପକ ଧ୍ୱଂସ ଘଟାଇଛି। S-400 ପ୍ରତିରକ୍ଷା ପ୍ରଣାଳୀ ଥାଇ ମଧ୍ୟ ରୁଷ ୟୁକ୍ରେନର ଆକ୍ରମଣରେ ମାତ ଖାଇଛି। ୟୁକ୍ରେନ, ରୁଷ ସୀମା ଭିତରେ ପଶି ୪୦ରୁ ଅଧିକ ସାମରିକ ବିମାନ ନଷ୍ଟ କରିଛି। ‘ଅପରେସନ ସ୍ପାଇଡର ୱେବ’ ମାଧ୍ୟମରେ ୟୁକ୍ରେନ ପୁତିନଙ୍କୁ ଏକ ବଡ଼ ଝଟକା ଦେଇଛି। ରୁଷ ପଲଟା ଆକ୍ରମଣ କରିବା ବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ଏପରି ପରିସ୍ଥିତିରେ ପୁତିନଙ୍କୁ ନିଶ୍ଚିତ ଭାବେ ଗୋଟିଏ ଅଭାବ ଅନୁଭବ ହେଉଥିବ, ଯାହାର ଝଲକ ଚୀନ ଓ ପାକିସ୍ତାନ ଦେଖି ସାରିଛନ୍ତି। ହଁ, ସେହି ଅସ୍ତ୍ର ହେଉଛି ଭାରତର ଆକାଶ…

Read More