Author: Purva Paksha

ନିଗାଟା ପ୍ରିଫେକ୍ଚରର ମଝିରେ, ଯେଉଁଠି ଏକଦା ନୀଳ-ସବୁଜ ଧାନଖେତ ଦିଗନ୍ତ ପର୍ଯ୍ୟନ୍ତ ବିସ୍ତାରିତ ଥିଲା, ସେଠାରେ ଏବେ ଫାଟିଯାଇଥିବା ଶୁଖିଲା ଭୂମିଦେଖାଯାଉଛି। ପୂର୍ବଭଳି ଦଳ ଦଳ ଚାଷୀଙ୍କ କୋଳାହଳ ଏବେ ଆଉ ନାହିଁ। କେଉଁ ଏକ ଅଜଣା ଆକର୍ଷଣରେ ଶୁଖିଲା ଜମି ଉପରେ ଉଦାସ ଭାବରେ ବିଚରଣ କରୁଛନ୍ତି ଜଣେ ୬୮ ବର୍ଷୀୟ ଚାଷୀ ହିରୋଶି ତାନାକା। ଜମିକୁ ନେଇ ନିଜ ପ୍ରତିକ୍ରିୟାରେ ସେ କହିଥିଲେ  “ଏହି ଜମି ଦିନେ ଆମ ପରିବାରର ଗୌରବ ଥିଲା,” ସେ ଶୁଷ୍କ ମାଟିକୁ ଚାହିଁ କୋହଭରା କଣ୍ଠରେ ସ୍ୱାଭାବିକ ପ୍ରତିକ୍ରିୟା ସ୍ୱରରେ କହିଲେ। “ଏବେ ଏହା କେବଳ ଏକ ବୋଝ ପାଲଟିଛି।” ତାନାକାଙ୍କ ଅନୁଭବ ଅନନ୍ୟ ନୁହେଁ। ଜାପାନରେ, ଧାନ ଚାଷର ପ୍ରାଚୀନ କଳା-ଯାହା ସଂସ୍କୃତି, ଖାଦ୍ୟ ଓ ପରିଚୟର ଭିତ୍ତିଭୂମି ଥିଲା ତାହା ଆଜି ସରକାରଙ୍କ-ନୀତିଗତ ଭୁଲ, ଜଳବାୟୁ ପରିବର୍ତ୍ତନ, ଓ ଗ୍ରାମାଞ୍ଚଳର ବୟସ୍କ ଶ୍ରମଶକ୍ତି ଯୋଗୁଁ ଡୁବିବାରେ ଲାଗିଛି। ଦେଶରେ ଧାନର…

Read More