Author: Purva Paksha

ମଙ୍ଗଳବାର ସକାଳୁ କାମ ଅନ୍ୱେଷଣରେ ଘରୁ ବାହାରିଥିଲେ ନବରଙ୍ଗପୁର ଜିଲ୍ଲାର ୪ ନିର୍ମାଣ ଶ୍ରମିକ । ସକାଳ ୯ଟା ବେଳକୁ ପତାଲଗୁଡ଼ା ଗାଁ ଖ୍ରୀଷ୍ଟିଆନ ସାହିର ମୋହନ ନାଗଙ୍କ ଘରେ ମିଳିଯାଇଥିଲା କାମ । ନିର୍ମାଣଧୀନ ପାଇଖାନା ଟାଙ୍କିରେ ସେଟରିଙ୍ଗ ପଡିଥିବା ବେଳେ ଭିତରେ ଜମି ରହିଥିଲା ପାଣି । ଏହି ପାଣି କାଢ଼ିବା ଲାଗି ପ୍ରଥମେ ୨ ଜଣ ଶ୍ରମିକ ଭିତରକୁ ଯାଇଥିଲେ । ସେମାନେ ନ ବାହାରିବାରୁ ଆଶଙ୍କା କରି  ଆଉ ୨ ଜଣ ଶ୍ରମିକ ତଳକୁ ଓହ୍ଲାଇଥିଲେ । ନବ ନିର୍ମିତ ପାଇଖନା ଟାଙ୍କି ଭିତରେ ହଠାତ୍‌ ଶ୍ୱାସରୁଦ୍ଧ ହୋଇ ସମସ୍ତେ  ଗୁରୁତର ହୋଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ନ ବାହାରିବାରୁ ଅଗ୍ନିଶମ ବିଭାଗ ଓ ପୁଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ୪ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଓ ତୁରନ୍ତ ଡାକ୍ତରଖାନା ପଠାଇଥିଲେ । ଡାକ୍ତର ସେଠାରେ…

Read More