Author: Purva Paksha

ବାଂଲାଦେଶର ସେଣ୍ଟ୍ରାଲ ବ୍ୟାଙ୍କ ନୂଆ ଡିଜାଇନ ସହିତ ନୂଆ ବ୍ୟାଙ୍କ ନୋଟ୍‌ ଜାରି କରିଛି। ଏହି ନୋଟ୍‌ଗୁଡ଼ିକରେ ଦେଶର ପ୍ରତିଷ୍ଠାତା ରାଷ୍ଟ୍ରପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ଫୋଟୋ ନାହିଁ। ଏହା ପୂର୍ବରୁ ଅନ୍ତରୀଣ ସରକାର ୧୯୭୧ ମୁକ୍ତି ସଂଗ୍ରାମ ଉପରେ ପାଠ୍ୟପୁସ୍ତକଗୁଡ଼ିକୁ ସଂଶୋଧନ କରିଥିଲେ। ଏହି ପୁସ୍ତକରେ ପୂର୍ବତନ ରାଷ୍ଟ୍ରପତି ଜେନରାଲ ଜିଆ ଉର ରହମାନ ଦେଶର ସ୍ୱାଧିନତା ଘୋଷଣା କରିଥିବା କଥା କୁହାଯାଇଛି । ବାଂଲାଦେଶରେ ପାଠ୍ୟପୁସ୍ତକ ସଂଶୋଧନକୁ ନେଇ ବିବାଦ ଦେଖାଦେଇଛି। ଆଲୋଚକମାନେ ଅଭିଯୋଗ କରିଛନ୍ତି ଯେ ବାଂଲାଦେଶର ଇତିହାସରେ ମୁଜିବଙ୍କ ଭୂମିକାକୁ କମ୍‌ କରିବା ବା ହଟାଇବାର ଚେଷ୍ଟା କରାଯାଉଛି। ଅନ୍ତରୀଣ ସରକାର ୧୯୭୧ ମୁକ୍ତି ସଂଗ୍ରାମ ଉପରେ ପାଠ୍ୟପୁସ୍ତକଗୁଡ଼ିକୁ ସଂଶୋଧନ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଜିଆଉର ରହମାନ ଦେଶର ସ୍ୱାଧୀନତା ଘୋଷଣା କରିଥିଲେ। ପୂର୍ବ ପାଠକୁ ବଦଳାଇ ଦିଆଯାଇଛି, ଯେଉଁଥିରେ ଶେଖ ମୁଜିବୁର ରହମାନଙ୍କୁ ଶ୍ରେୟ…

Read More