Author: Purva Paksha

ରାଜ୍ୟ ରାଜନୀତିରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ନାଁ କାହାକୁ ଅଛପା ନାହିଁ। ତାମିଲନାଡ଼ୁର ମଦୁରାଇ ବାସିନ୍ଦା, ପଞ୍ଜାବ କ୍ୟାଡର ଆଇଏଏସ୍‍ ଅଧିକାରୀ, ଓଡ଼ିଶାର ଜ୍ୱାଇଁ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ଖାସ୍‍। କେନ୍ଦ୍ରାପଡ଼ାର ଅନ୍ୟତମ ଆଇଏଏସ୍‍ ଅଫିସର ସୁଜାତା ରାଉତଙ୍କୁ ବାହା ହେବା ପରେ ସେ ଓଡ଼ିଶା କ୍ୟାଡରର ଅଧିକାରୀଭାବେ ବଦଳି ହୋଇ ଆସିଥିଲେ। ଓଡ଼ିଶାରେ ତୃଣମୂଳଠାରୁ ଆରମ୍ଭ କରି ସର୍ବୋଚ୍ଚ ଅଧିକାରୀଙ୍କ ଭୂମିକାରେ ସେ କାର୍ଯ୍ୟ କରିଛନ୍ତି। ଓଡ଼ିଶାର ସର୍ବବୃହତ୍‍ ଆଞ୍ଚଳିକ ଦଳକୁ ସେ ପରୋକ୍ଷଭାବେ ଚଳାଉଥିବାର ଅଭିଯୋଗ ହୁଏ। ୪ ଜୁନ୍‍, ୨୦୨୪ ପରେ ସରକାର ବଦଳିବା ପରେ ଶ୍ରୀ ପାଣ୍ଡିଆନ୍‍ଙ୍କ ଗୁରୁତ୍ୱ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା, କିନ୍ତୁ ପାଣ୍ଡିଆନ୍‍ଙ୍କ ସମସ୍ତ ଅନୁଗତଙ୍କୁ ମୋହନ ସରକାର ଦଣ୍ଡ ଦେବା ପରିବର୍ତ୍ତେ ଅଦୃଶ୍ୟ ଶକ୍ତିର ନିର୍ଦ୍ଦେଶରେ ସୁରକ୍ଷା ପ୍ରଦାନ କରିଥିବା ସ୍ପଷ୍ଟ ହୋଇଛି। ଏହି ଅଦୃଶ୍ୟ ଶକ୍ତି ମଧ୍ୟ ପାଣ୍ଡିଆନଙ୍କ ଅଙ୍ଗୁଳିରେ ନାଚୁଥିବା…

Read More