Author: Purva Paksha

ରାଜ୍ୟ ରାଜନୀତିରେ ଆଜିର ଦିନଟି ବେଶ୍‍ ସ୍ମରଣୀୟ ରହିବ। କାରଣ ଗତବର୍ଷ ଏହିଦିନ ରାଜ୍ୟ ରାଜନୀତି ପଲ୍‍ଟି ମାରିଥିଲା। ଅଚାନକ ରାଜ୍ୟରେ ବିଜେଡି ଦୁର୍ଗ ଭାଙ୍ଗି ବିଜେପିର ଶାସନ ପ୍ରତିଷ୍ଠା ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅପରାଜେୟ ନବୀନଙ୍କର ବି ପରାଜୟ ଘୋଷଣା ହୋଇଥିଲା। ସେ ଯେ ରାଜ୍ୟର ଅପ୍ରତିଦ୍ୱନ୍ଦ୍ୱୀ ନେତା ନୁହଁନ୍ତି ତାହା ପ୍ରମାଣିତ ହେଲା। ଏହାସହ ବିଜେଡିର ନେତାମାନଙ୍କୁ ଏକ ପ୍ରକାର ସ୍ୱାଧୀନତା ମିଳିଲା। ଦଳରେ ବରିଷ୍ଠ ନେତାଙ୍କ ମୁଣ୍ଡ କାଟ୍‍ ହେଲେ ବି ଅନ୍ୟନେତାମାନେ ବିରୋଧ କରିବାକୁ ସାହସ କରୁନଥିଲେ। ସେହି ଦଳରେ କଙ୍କି ପେହେଲମାନ୍‍ ବି ନେତାଙ୍କୁ ଆଙ୍ଗୁଠି ଦେଖାଇବାକୁ ସାହସ କଲା। ଏପରିକି ସଭାପତିଙ୍କ ଘରେ ପଶି ସଭାପତିଙ୍କୁ ନାଲି ଆଖି ଦେଖାଇବାକୁ ବି ପଛାଇଲେ ନାହିଁ ବିଜେଡି ନେତା। କୁହାଯାଏ ଏହା ହେଉଛି ପାଣ୍ଡିଆନ୍‍ ବନ୍ଧନରୁ ମୁକ୍ତି, ଗୋତିରୁ ମୁକ୍ତି। ବିଜୁ ଜନତା ଦଳ ଆରମ୍ଭ ହେଲା ଦିନରୁ ଏହା ନେତାଙ୍କ…

Read More