Author: Purva Paksha

ଛଅ ବର୍ଷ ପରେ ପ୍ରଥମ ଥର ପାଇଁ ସରକାର ଅନାଥ ଏବଂ ଏକକ ପିତାମାତା ଥିବା ପିଲାମାନଙ୍କ ସଂଖ୍ୟା ଗଣନା କରିବା ପାଇଁ ଯୋଜନା କରୁଛନ୍ତି । ରାଜ୍ୟ ସରକାର ଚଳିତ ବର୍ଷ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ଏହିପରି ପିଲାମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରାଯାଇପାରିବ । ମଙ୍ଗବାର ଦିନ ମହିଳା ଏବଂ ଶିଶୁ ବିକାଶ ବିଭାଗ ଏହି ଉଦ୍ଦେଶ୍ୟରେ ତଥ୍ୟ ସଂଗ୍ରହ ପାଇଁ ବିସ୍ତୁତ ନିର୍ଦ୍ଦେଶାବଳୀ ଜାରି କରିଛି । ସଂଗ୍ରହକାରୀଙ୍କୁ ଅନାଥ ଏବଂ ଅସହାୟ ଅବସ୍ଥାରେ ରହୁଥିବା ପିଲାମାନଙ୍କ ଉପରେ ଏକ ସର୍ଭେ ଆରମ୍ଭ କରିବାକୁ କୁହାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଏହି ସର୍ଭେ ଅଙ୍ଗନୱାଡି କର୍ମୀମାନଙ୍କ ଦ୍ୱାରା କରାଯିବ । ପ୍ରକାଶ ପାଇ ଥିବା ବିଜ୍ଞପ୍ତି ଅନୁସାରେ ,ବିଭାଗ ସର୍ଭେରେ ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ଯୋଜନା ଅନ୍ତର୍ଭୁକ୍ତ କରାଯିବ । ଯେଉଁପିଲାମାନେ ସେମାନଙ୍କର ପିତାମାତାଙ୍କୁ ହରାଇଛନ୍ତି ଏବଂ…

Read More