Author: Purva Paksha

ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ରଙ୍କ ନାତି ସୁପ୍ରିମ କୋର୍ଟର ଜଣାଣୁଣା ଓକିଲ ତଥା ପୁରୀରୁ ୪ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବିଜେଡି ନେତା ପିନାକୀ ମିଶ୍ର ୬୬ ବର୍ଷ ବୟସରେ ପୁଣିଥରେ ବାହା ହୋଇଛନ୍ତି। କାହାକୁ ଜାଣିଛନ୍ତି ? ଗତ ଲୋକସଭାରେ ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ଛନ୍ଦି ହୋଇଥିବା ତୃଣମୂଳ ସାଂସଦ ମହୂଆ ମୈତ୍ରଙ୍କୁ। ଆଶ୍ଚର୍ଯ୍ୟ ହେଉଛନ୍ତି ନା ? କିନ୍ତୁ  ଟେଲିଗ୍ରାଫ୍‍ ରେ ଏ ଖବର ପ୍ରକାଶ ପରେ ଏବେ ସୋଶାଆଲ୍‍ ମିଡିଆଠୁ ମେନ୍‍ଷ୍ଟ୍ରିମ ଗଣମାଧ୍ୟମ ଯାଏ ଏ ଖବର ଭାଇରାଲ ହେଉଛି। ମେ’ ୩୦ ତାରିଖ ଦିନ ଏ ଦୁଇଜଣ ଜର୍ମାନୀରେ ବାହା ହୋଇଥିବା ଖବର ପ୍ରକାଶ ପାଇଛି। ଲୁଚି ଛପି ଏ ଦୁହେଁ ବାହା ହୋଇଥିବା ସୂଚନା ମିଳିଛି। ଏହାପରେ ଏକ ଫଟୋ ଭାଇରାଲ ହୋଇ ଇଣ୍ଟରନେଟ୍‍ ସେନ୍ସେସନ୍‍ ପାଲଟିଛି। ମହୂଆଙ୍କୁ ଏବେ ୫୦ ବର୍ଷରୁ ଅଧିକ ବୟସ ହେବ। ସେ…

Read More