Author: Purva Paksha

ସ୍କୁଲ ଏବଂ ଗଣଶିକ୍ଷା (SME) ବିଭାଗ କୋଭିଡ୍ ପରିସ୍ଥିତି ଉପରେ କଡ଼ା ନଜର ରଖିଛି । ସ୍କୁଲଗୁଡ଼ିକ ଖୋଲିବା ପରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପରାମର୍ଶ ଅନୁଯାୟୀ ଉପଯୁକ୍ତ ସତର୍କତା ପାଳନ କରିବ । ଗୁରୁବାର ଦିନ ଏହା ସୂଚନା ଦେଇ , SME ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନାଗରିକମାନଙ୍କୁ ବଢ଼ୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ କହିଥିଲେ । ଏହି ଅବସରେର ସେ କହିଛନ୍ତି, “ସରକାର ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି,” ସେ ଲୋକମାନଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଥିେଲ । ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ କୋଭିଡ୍-୧୯ ବିଷୟରେ ସଚେତନ କରାଯିବ ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ସତର୍କତାମୂଳକ ପଦକ୍ଷେପଗୁଡ଼ିକୁ,  ସଠିକ୍ ଭାବରେ ପାଳନ କରିବାକୁ କୁହାଯିବ। “ଯେହେତୁ ଛାତ୍ରମାନେ ସ୍କୁଲ ଯିବେ…

Read More