Author: Purva Paksha

ଗ୍ରାହକଙ୍କୁ ଆଶ୍ୱସ୍ତ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ୬ ମାସ ମଧ୍ୟରେ ତୃତୀୟ ଥର ପାଇଁ ରେପୋ ରେଟରେ ହ୍ରାସ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ଓ ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୫ ବେସିସ୍ ପଏଣ୍ଟ ଲେଖାଏଁ ରେପୋ ହ୍ରାସ କରାଯାଇଥିବାବେଳେ ଏବେ ମଧ୍ୟ ଗ୍ରାହକକୁ ଆଶ୍ଵସ୍ତ କରିଛି କେନ୍ଦ୍ରୀୟ ବ୍ୟାଙ୍କ। ଋଣ ନେଉଥିବା କିମ୍ବା ଋଣ ଉପରେ ଇଏମଆଇ ଦେଉଥିବା ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ବଜାରର ଆଶାଠାରୁ ଅଧିକ ରେପୋ ରେଟ୍ ହ୍ରାସ କରିଛି। ଜୁନ୍ ୪ରୁ ଆରମ୍ଭ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୁଦ୍ରା କମିଟି (MPC)ର ଦୁଇ ଦିନିଆ ବୈଠକ ପରେ, ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ୫୦ ବେସିସ୍ ପଏଣ୍ଟ ଅର୍ଥାତ୍ ୦.୫୦ ପ୍ରତିଶତର ଏକ ବଡ଼ ହ୍ରାସ ନେଇ ଘୋଷଣା କରିଛନ୍ତି। ଯାହା…

Read More