Author: Purva Paksha

ତଥାପି ଲୁଚୁନି: ମେଳି ବଢ଼ୁଛି, ଯୁବ ନେତାଙ୍କ ଭରସା ପାଉନି ଗତ କିଛିଦିନ ହେଲା ବିଜୁ ଜନତା ଦଳରେ ଚାଲିଥିବା ମେଳି ରୂପକ ବିଦ୍ରୋହ ପ୍ରଶମିତ ହେଉନି। କ୍ଷମତାରେ ଥିବାବେଳେ ଦଳର ସଭାପତି ତଥା ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଯେମିତି ମୁସ୍କିଲ୍‍ ହେଉଥିଲା ଏବେବି ସେହି ପରମ୍ପରା ଲାଗି ରହିଛି। କୌଣସି ନିର୍ବାଚିତ ପ୍ରତିନିଧି ଚାହିଁଲେ ବି ସିଧାସଳଖ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବା ମୁସ୍କିଲ ହେଉଛି। ଦଳରେ ନେତାଏଁ କେଉ୍ୟଠି ଏକାଠି ହେଲେ ଯାଇ ତାହା ନକରାତ୍ମକଭାବେ ସଭାପତି ନବୀନ ପଟ୍ଟନାୟକଙ୍କ କାନକୁ ଆସୁଛି। ଆଉ ଏ କାନକୁହାରେ ମାଧ୍ୟମ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି। ଏମିତି ଅଭିଯୋଗ ଏବେ ବିଜେଡିର ଦ୍ୱିତୀୟ ପିଢ଼ି ନେତାଙ୍କ ଭିତରେ ପ୍ରତିଧ୍ୱନୀତ ହେବା ପରେ ପ୍ରଶ୍ନ ଉଠୁଛି ବବି ସାଜିଛନ୍ତି କି ପାଣ୍ଡିଆନ୍‍ଙ୍କ ମୋହରା! ପୁଣି ଗତକାଲି ରାତିରେ ହୋଇଛି ମେଳି। ପୂର୍ବତନ ମନ୍ତ୍ରୀ ତଥା…

Read More