Author: Purva Paksha

ଯୁବକବି ସଂଘମିତ୍ରା ଭୂତିଆଙ୍କୁ ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ ପ୍ରଦାନ କରାଯାଇଛି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏହି ପୁରସ୍କାର ସମାରୋହରେ ଅତିଥିମାନେ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ପାଇଁ ତରୁଣ ପ୍ରତିଭାମାନଙ୍କୁ ସବୁସ୍ତରରୁ ପ୍ରୋତ୍ସାହନ ମିଳିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ସାହିତ୍ୟିକା ଶ୍ରୀମତୀ ବନଜ ଦେବୀ କହିଥିଲେ ଯେ ମାଆଙ୍କ ସ୍ମୃତିରେ ପ୍ରଦତ୍ତ ଏହି ପୁରସ୍କାର ପ୍ରତିଟି ମାଆଙ୍କୁ ଉତ୍ସାହିତ କରିବ। ନୂଆ ଲେଖିକାଙ୍କ ପାଇଁ ଏ ପୁରସ୍କାର ସ୍ୱୀକୃତି ନୁହଁ, ବରଂ ଏକ ଭିତ୍ତିପ୍ରସ୍ତର। ସ୍ଵପ୍ନ, ସମ୍ପୃକ୍ତି ଓ ଆବେଗ ବିନା କବିତା ସଫଳ ହୁଏନାହିଁ। ନୂଆପିଢ଼ି ଏହା ଉପରେ ଧ୍ୟାନ ଦେବା କଥା। ଖ୍ୟାତନାମା କଥାଶିଳ୍ପୀ ଡ. ଅର୍ଚ୍ଚନା ନାୟକ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖି କହିଲେ ଯେ ନୂତନ ପ୍ରତିଭାମାନଙ୍କ ପୂର୍ବସୂରୀମାନଙ୍କ ପ୍ରତି ସମ୍ମାନବୋଧ…

Read More