Author: Purva Paksha

ସମ୍ବିତ ଦାଶ ଜୁନ୍ ୧୯୭୫ ମସିହାର ଏକ ସୁନ୍ଦର ସକାଳ। ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଗମୋହନ ସିହ୍ନା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କ ଉପରେ ବିଜୟକୁ ଅବୈଧ ବୋଲି ରାୟ ଦେଇଥିଲେ। ଏହି ଅପ୍ରତ୍ୟାଶିତ ରାୟ ପରେ ତାଙ୍କ ଇସ୍ତଫା ଦାବି କରାଯାଇଥିଲା। ଚାରିଆଡେ ଅରାଜକତା ବ୍ୟାପିଲ।ଭାରତର ବିଭିନ୍ନ ଭାଗରେ ଧର୍ମଘଟ ଏବଂ ହିଂସା ବି ବ୍ୟାପିଥିଲା। ଇନ୍ଦିରା ଜୁନ୍ ୨୫ଜୁନ୍‍,୧୯୭୫ର ମଧ୍ୟରାତ୍ରିରେ ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ତାହା ଠିକ୍ ୫୦ବର୍ଷ ତଳର କଥା। ସେହି ସମୟରେ ଭାରତ ୩୦ ବର୍ଷରୁ କମ୍ ସମୟ ପାଇଁ ସ୍ୱାଧୀନ ପାଇଥିଲା। ଏକ ଅଗଣତାନ୍ତ୍ରିକ ଉପାୟରେ ଶାସନ ହେବାର ଉତ୍କଣ୍ଠା ଲୋକଙ୍କ ପାଖରେ ତଥାପି ଶକ୍ତିଶାଳୀ ଥିଲା (ସେବେଠାରୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇନାହିଁ)। ଶାସକଙ୍କ ପ୍ରତି ଆନୁଗତ୍ୟ ମଧ୍ୟ ଏପର୍ଯ୍ୟନ୍ତ ହ୍ରାସ ପାଇନଥିଲା। ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା…

Read More