Author: Purva Paksha

ରାଜ୍ୟର ତୃତୀୟ ଅନୁସୂଚିତ ଜନଜାତି ମୁଖ୍ୟମନ୍ତ୍ରୀ। ବିଜେପି ସରକାରର ପ୍ରଥମ ଟ୍ରମ୍ପ କାର୍ଡ ଏବେ ଚକ୍ରବ୍ୟୁହରେ। ଗୋଟିଏ ପଟେ ପାରମ୍ପରିକ କ୍ଷମତା କେନ୍ଦ୍ର ସାଜିଥିବା ଖଣ୍ଡାୟତ-କରଣ ନେତାଙ୍କ ଇନ୍ଦ୍ରଜାଲ ଆଉ ଅନ୍ୟପଟେ ଅଫିସରମାନଙ୍କ ଫିକର ଫନ୍ଦି ଭିତରେ ଅଭିମନ୍ୟୁ ସାଜିଛନ୍ତି ମୋହନ ଚରଣ ମାଝୀ। ୧୩ ମାସର ଶାସନ ଭିତରେ ମୋହନଙ୍କ ସଫଳତା କହିଲେ କେବଳ କିଛି ବିବାଦ, ନିରୀହ ଦେଖାଇବାର ବୟାନ ଏବଂ ଆଉ ପ୍ରଶାସନକୁ ନିୟନ୍ତ୍ରଣ କରିବାରେ ବିଫଳତାର ଅନେକ ଉଦାହରଣ ଛଡ଼ା ଆଉକିଛି ହୋଇନପାରେ। ଏହି ସମୟରେ ଓଡ଼ିଶାର ସବୁଠାରୁ ବଡ଼ ଇଭେଣ୍ଟ ରଥଯାତ୍ରାକୁ ପରିଚାଳନା କରିବାରେ ବିଫଳତା ଆଗକୁ ତାଙ୍କ ସ୍ଥିତିକୁ କେମିତି ଉପସ୍ଥାପନ କରିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀଜଗନ୍ନାଥଙ୍କ ନ’ ଦିନର ଯାତ୍ରା ଅନେକ ପୁରୁଣା। ପୁରୀ ସ୍ଥାପନ ହେବା ଦିନଠାରୁ ଏହି ଯାତ୍ରା ଚାଲି ଆସିଛି। ଏଥିରେ ଅନେକ ପରିବର୍ତ୍ତନ ହୋଇଛି ସତ, କିନ୍ତୁ ଭାବ, ଭକ୍ତି,…

Read More