Author: Purva Paksha

ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ତଥା ପାଟଣାଗଡ଼ ରାଜା କନକବର୍ଦ୍ଧନ ସିଂହଦେଓ ଏବେ ରାଜ୍ୟ ଶାସନରୁ ଦୂରେଇ ଗଲା ଭଳି ଜଣାପଡ଼ୁଛନ୍ତି। ଯଦିଓ ସେ ଉପ-ମୁଖ୍ୟମନ୍ତ୍ରୀ କିନ୍ତୁ ରାଜ୍ୟ ଶାସନରେ ଅନ୍ୟ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭଳି ଆଗୁଆ ନାହାନ୍ତି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯେମିତି ପିତ୍ତଳ ଗିନା ସାଜି ସବୁ କାର୍ଯ୍ୟକ୍ରମର ମଙ୍ଗ ଧରୁଛନ୍ତି, କେଭିଙ୍କୁ ସେମିତି ଦେଖିବାକୁ ମିଳୁ ନାହିଁ। କେବଳ ନିଜ ବିଭାଗ ଭିତରେ ଯେମିତି ଆବଦ୍ଧ ହୋଇଯାଇଛନ୍ତି କନକବର୍ଦ୍ଧନ। କେମିତି, କାହିଁକି? ଓଡ଼ିଶା ବିଜେପିର ବରିଷ୍ଠ ସଦସ୍ୟ, ୬ଥର ବିଧାୟକ, ପୂର୍ବତନ ମନ୍ତ୍ରୀ, ଏବେକାର ଉପ-ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଏକ ବଡ଼ ରାଜ ପରିବାରର ମୁଖିଆ ହେଉଛନ୍ତି କନକବର୍ଦ୍ଧନ ସିଂହଦେଓ ଓରଫ କେଭି। ଖାଲି ସେତିକି ନୁହେଁ, ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଏବେ ବଲାଙ୍ଗୀର ଲୋକସଭା ସାଂସଦ। ଏ ପରିବାରକୁ ବିଜେପିର ସମ୍ପତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏତେ ବରିଷ୍ଠ ହୋଇ ମଧ୍ୟ…

Read More