Author: Purva Paksha

ରଥଯାତ୍ରାର ଅନେକ ଶୁଭେଚ୍ଛା ଓ ଶୁଭକାମନା। ୧୫ ଦିନ ହେଲା ଆମର ଆରାଧ୍ୟଙ୍କୁ ଜ୍ୱର ହୋଇଥିଲା। ସମସ୍ତଙ୍କ ନଜର ଆଢ଼ୁଆଳରୁ ଦୂରକୁ ଯାଇ ସେ ଚିକିତ୍ସିତ ହେଉଥିଲେ। ଆଜି ସୁସ୍ଥ ହୋଇଛନ୍ତି। ଶରୀରର ସମସ୍ତ ବଳକୁ ଏକାଠି କରିଛନ୍ତି। ଆଉ ପୁଣିଥରେ ଆମମାନଙ୍କ ଗହଣକୁ ଫେରିଛନ୍ତି। ଆସନ୍ତା କାଲି ତାଙ୍କ ଯାତ୍ରା। ବିଶ୍ୱ ତାଙ୍କୁ ଅପେକ୍ଷା କରିଛି। ଏହାସହ ଅପେକ୍ଷା କରିଛି ଅନେକ କିଛି ନୂଆ ଘଟଣାକୁ, ତାହା ତ୍ରୁଟି ବିଚ୍ୟୁତି ହୋଇପାରେ ବା ଭକ୍ତର ଅନନ୍ୟ ପରିପ୍ରକାଶ ହୋଇପାରେ ବା ଭଗବାନଙ୍କ ଲୀଳା ହୋଇପାରେ। ତାହା ଲୋକଙ୍କ ଦ୍ୱାରା ହୋଇପାରେ, ଲୋକଙ୍କ ପାଇଁ ହୋଇପାରେ ବା ଅଲୌକିକ ହୋଇପାରେ। ଆଜି ଇତିହାସ ପୃଷ୍ଠାରୁ ଏମିତି କିଛି ଘଟଣାକୁ ଆପଣଙ୍କ ପାଖକୁ ଆଣିବାକୁ ଚାହିଁବି ଯାହା ଶୁଣି ଆପଣ କହିବେ ସତରେ ଏ ଲୀଳାମୟ। ପ୍ରଥମେ ବିଂଶ ଶତାବ୍ଦୀ ଆରମ୍ଭ ବେଳର ଏକ ଘଟଣା। ୧୦୦ ବର୍ଷ ବିତିଥାଏ ବ୍ରିଟିଶ୍‍ ଶାସନକୁ।…

Read More