Author: Purva Paksha

ମୁନିସିପାଲିଟି କମିଶନ ବା ବିଏମ୍‍ସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କାହିଁକି ମାଡ଼ ମାରିଲେ ବିଜେପି ସମର୍ଥକ? ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ ଏଥିରେ ଯୋଡ଼ାଯାଉଛି କାହିଁକି? କ’ଣ ପାଇଁ ଅପରାଜିତା କହିଲେ ଶିଷ୍ଟାଚାର ଓ ଶୃଙ୍ଖଳା ନ ଥିଲେ ବିକାଶ ହୋଇପାରିବ ନାହିଁ? ଗଣମାଧ୍ୟମର ଖବର ଅନୁସାରେ ବିଏମ୍‍ସିର ଅତିରିକ୍ତ କମିଶନର ରତ୍ନାକର ସାହୁ ଅଭିଯୋଗ ଶୁଣାଣି କରୁଥିବା ସମୟରେ ୬-୭ ଜଣ ଅଜଣା ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ବିଜେଡି ପକ୍ଷରୁ ଏକ ଭିଡିଓ ରିଲିଜ୍‍ କରାଯାଇଥିଲା, ଯେଉଁଥିରେ ଏହି ଯୁବକମାନେ ସମ୍ପୃକ୍ତ ଅଧିକାରୀଙ୍କୁ ଗୋଇଠା, ଧକ୍କା ଶଙ୍ଖିଆ ମାରୁଛନ୍ତି। ଘୋଷାରି ନେଉଛନ୍ତି। ଏକ ଶାନ୍ତିପୂର୍ଣ୍ଣ ରାଜ୍ୟରେ ଏପରି ଆଇନକୁ ହାତକୁ ନେବା ନିଶ୍ଚିତଭାବେ ନିନ୍ଦନୀୟ। ସେଥିଲାଗି କାର୍ଯ୍ୟାନୁଷ୍ଠାନ ଆଦେଶ ଦିଆଯାଇଛି। ଏବେ ପ୍ରଶ୍ନ ଉଠୁଛି ରତ୍ନାକରଙ୍କ ଉପରେ କାହିଁକି ଆକ୍ରମଣ ହେଲା ଓ ଏ ଯୁବକମାନେ କିଏ? ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ ଓ ସିଧା…

Read More