What's Hot
Author: Purva Paksha
ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ନେଇ ଚର୍ଚ୍ଚା ଏବେ ଜୋରଦାର ହୋଇଛି। ସଭାପତିଙ୍କ ଇଙ୍ଗିତ ଏହାକୁ ଖୋରାକି ଦେଇଛି। ଯଦିଓ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର କିନ୍ତୁ ଦଳରେ ଭିନ୍ନ ଭିନ୍ନ ଗୋଷ୍ଠୀ, ବିଭାଜନ ମାନଅଭିମାନକୁ ପ୍ରଶମିତ କରିବା ଏବେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଏକ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ପୁଣି ରାଜ୍ୟର ସର୍ବାଧିକ ୨୧ଜଣିଆ ମନ୍ତ୍ରିମଣ୍ଡଳକୁ ପରିପୂର୍ଣ୍ଣ କରିବା ଲାଗି କେଉଁ ମୁହଁଙ୍କୁ ଭର୍ତ୍ତି କରାଯିବ ତାହା ଯେତିକି ଚର୍ଚ୍ଚା ନାହିଁ, ଏବେ କାହାକୁ କଢ଼ାଯିବ ତାହା ଚର୍ଚ୍ଚା ବିଷୟ ପାଲଟିଛି। କୁହାଯାଉଛି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଦ୍ୱାରା ଗଠନ କରାଯାଇଥିବା ପ୍ରଥମ ମନ୍ତ୍ରିମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁତ ପ୍ରଭାବ ରହିଥିଲା। ତେଣୁ ତାଙ୍କ ସମର୍ଥକମାନେ ଯୋଗ୍ୟତା ଥାଉ ବା ନ ଥାଉ ମନ୍ତ୍ରୀ ହେବାକୁ ସକ୍ଷମ ହୋଇଥିଲେ। ଏବେ କିନ୍ତୁ ସଭାପତିଙ୍କ ପ୍ରଭାବ ଅଖଣ୍ଡ ହେବ। ଗତ ବର୍ଷକ ମଧ୍ୟରେ ଯଦି ଆମେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କର…
