Author: Purva Paksha

ରାଜ୍ୟ ବିଜେପିରେ କ୍ଷମତା କେନ୍ଦ୍ର ବଦଳୁଛି। ଶାସନ କ୍ଷମତାକୁ ଆସିବା ପରେ ବିଜେପି ବିରୋଧୀଙ୍କୁ ଜବାବ ଦେବା ବଦଳରେ ନିଜ ଭିତରେ ଥିବା ବିବାଦକୁ ପ୍ରଶମିତ କରିବାରେ ଲାଗିଛି। ବହୁମୁଖୀ କ୍ଷମତା କେନ୍ଦ୍ରକୁ ସଙ୍କୁଚିତ କରି ଏବେ ଏକକ ନେତୃତ୍ୱ ଉପରେ ଦୃଢ଼ ଆସ୍ଥା  ପୋଷଣ କରିଛି ବିଜେପି। ନିକଟରେ ଶେଷ ହୋଇଥିବା ରାଜ୍ୟ ସଭାପତିଙ୍କ ନିର୍ବାଚନ ଏହାକୁ ସ୍ପଷ୍ଟ କରୁଛି। ପୁଣି ଏହା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଏଣିକି ସଂଗଠନରେ ଭିନ୍ନ ଭିନ୍ନ ନୁହେଁ ବରଂ ଗୋଟିଏ କ୍ଷମତା କେନ୍ଦ୍ର ରହିବ। ଏହାର ନିଷ୍ପତ୍ତି ଦ୍ୱାରା ହିଁ ସାରାରାଜ୍ୟ ନିୟନ୍ତ୍ରଣ ହେବ। ଏଥିରେ ଯିଏ ଅସନ୍ତୁଷ୍ଟ ସେ ଛାଏଁ ଦୂରେଇବେ ନ ହେଲେ ତାଙ୍କୁ ଦୂରେଇ ଦିଆଯିବ। ଆଉ ଏହାର ଝଲକ ମଧ୍ୟ ସଭାପତି ନିର୍ବାଚନରେ ଦେଖିବାକୁ ମିଳିଛି। ରାଜ୍ୟ ସଭାପତି ନିର୍ବାଚନ ବିଜେପି ନେତାଙ୍କ ପାଇଁ ଏକ ବଡ଼ ପର୍ବ। ପୁଣି ଏ ବର୍ଷର ନିର୍ବାଚନ ଆହୁରି…

Read More