Author: Purva Paksha

ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧି ଓଡ଼ିଶାର ଲୋକଙ୍କୁ ସଚେତନ କଲେ ନା ବଦନାମ କଲେ? ଓଡ଼ିଶାରେ ଦିନକୁ ୧୫ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି ବୋଲି କହି କ’ଣ ପ୍ରମାଣିତ କରିବାକୁ ଚାହିଁଲେ ରାହୁଲ ଗାନ୍ଧି? କିଛିଦିନ ତଳେ ଆମେରିକା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଯାତ୍ରା ମାର୍ଗଦର୍ଶିକା ପଛରେ ଏହା ଏକ ଷଡ଼ଯନ୍ତ୍ର କି? ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଆସିଥିବା ରାହୁଲ ଗାନ୍ଧିଙ୍କ ସମ୍ବିଧାନ ବଞ୍ଚାଅ ସଭା ଏବେ ରାହୁଲଙ୍କୁ ଓଲଟା ପ୍ରଶ୍ନ ପଚାରିଛି। ଏ ପ୍ରଶ୍ନଗୁଡ଼ିକୁ ନେଇ ଆଜିର ଆଲୋଚନାରେ ‘ଓଡ଼ିଶାକୁ ବଦନାମ ଷଡ଼ଯନ୍ତ୍ର ପଛରେ ରାହୁଲ !’ ଗତକାଲି କଂଗ୍ରେସ ନେତା ତଥା ଗାନ୍ଧି ପରିବାରର ଦାୟାଦ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କର ଓଡ଼ିଶାରେ ପ୍ରଥମ ସମ୍ବିଧାନ ବଞ୍ଚାଅ ସଭା ଆୟୋଜନ କରାଯାଇଥିଲା। ପୂର୍ବରୁ ଭାରତ ଯୋଡ଼ୋ ଯାତ୍ରାରେ ଯୋଡ଼ି…

Read More